www.samajalive.in
Sunday, December 14, 2025
17.1 C
Bhubaneswar

ଜମି ଦେବା ଆଳରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ

ସମ୍ବଲପୁର :  ସମ୍ବଲପୁରରେ ଜମି ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଭଳି ଏକ ଘଟଣାରେ ଅଇଁଠାପାଲି ନିବାସୀ ଜଣେ ବ୍ୟକ୍ତି ୧୦ ଲକ୍ଷରୁ ଅଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି । ଅଇଁଠାପାଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଅଇଁଠାପାଲି ନିବାସୀ ସନ୍ତୋଷ ହୋତା ଗୁଣ୍ଡେରପୁର ଅଞ୍ଚଳରେ ଏକ ଜମି କିଣିବା ପାଇଁ ୨୦୧୯ ମସିହାରେ ବୁଢ଼ାରଜା ନିବାସୀ ପ୍ରଦୀପ ଭୂମିଜ ନାମକ ଜଣେ ମଧ୍ୟସ୍ଥିଙ୍କ ସହିତ କଥାବାର୍ତ୍ତା ହୋଇଥିଲେ।  ଜମିର ମାଲିକଙ୍କ ସହିତ ମଧ୍ୟସ୍ଥିଙ୍କ ଜରିଆରେ କଥାବାର୍ତ୍ତା ହେବା ପରେ ୧ ଲକ୍ଷ ଟଙ୍କା ଅଗ୍ରିମ ରାଶି ପ୍ରଦାନ କରିଥିଲେ। ଏହା ପରେ ପରବର୍ତ୍ତୀ ସମୟରେ ୯ ଲକ୍ଷ ୨୪ ହଜାର ଟଙ୍କା ପ୍ରଦାନ କରି ଜମିକୁ ହୋତା କିଣିଥିଲେ। ଏଥି ପାଇଁ ସେ ଚେକ୍ ମାଧ୍ୟମରେ ମଧ୍ୟସ୍ଥି ପ୍ରଦୀପ ଭୂମିଜଙ୍କୁ ଟଙ୍କା ପ୍ରଦାନ କରିଥିଲେ । କିନ୍ତୁ ଅଭିଯୁକ୍ତ ଭୂମିଜ ଟଙ୍କା ବ୍ୟାଙ୍କରୁ ଉଠାଇ ଜମି ମାଲିକଙ୍କୁ ପ୍ରଦାନ କରି ନ ଥିଲେ। ଅପର ପକ୍ଷରେ ଜମି ବିକ୍ରି କରିଥିବା ମାଲିକ ଗତ ବର୍ଷ ଅଚାନକ ଆସି ଶ୍ରୀ ହୋତାଙ୍କୁ ସେ ଜମି ବାବଦରେ ଟଙ୍କା ପାଇ ନ ଥିବା ଜଣାଇଥିଲେ । ପଚରାଉଚୁରା ସମୟରେ ଜମି ବିକ୍ରେତା ଟଙ୍କା ପାଇ ନ ଥିବାର ଜାଣି ପୁର୍ନବାର ହୋତା ୯ ଲକ୍ଷ ୨୪ ହଜାର ଟଙ୍କା ପଇଠ କରିଥିଲେ। ଏହା ପରେ ମଧ୍ୟସ୍ଥି ଭୂମିଜଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ କହିବାରୁ ସେ ବାରମ୍ବାର ସମୟ ଗଡାଇ ଚାଲିଥିବା ବେଳେ ଗତକାଲି ଅଇଁଠାପାଲି ସ୍ଥିତ ତଳି ଛକରେ ହୋତା ଙ୍କୁ ଗାଳିଗୁଲଜ କରିବା ସହିତ ଏଟ୍ରୋସିଟି ମାମଲାରେ ଫଶାଇ ଦେବାକୁ ଧମକଚମକ ଦେଇ ଏକ କାର ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ। ଏଣୁ ପିଡୀତ ବ୍ୟକ୍ତି ଅଇଁଠାପାଲି ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରଦୀପ ଭୂମିଜଙ୍କୁ ଗିରଫ କରି ଗୁରୁବାର ଅଦାଲତକୁ ଚାଲାଣ କରିଛ ବୋଲି ପୁଲିସ କହିଛି।

 

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories