BSKY banner  750×100

ହରିଣକୁ ଉଦ୍ଧାର କରି ସଂରକ୍ଷିତ ଜଙ୍ଗଲରେ ଛାଡ଼ିଲା ବନବିଭାଗ 

bjd gruha runa banner
ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଉଦୟପୁର ବିଟ ଖଡ଼ିବେଡା ଗାଁ ଭିତରକୁ ପଶିଆସି ଥିବା ଏକ ହରିଣକୁ ବନ ବିଭାଗ ଉଦ୍ଧାର କରି ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଛି । ହରିଣଟି ପାଣି ଅନ୍ଵେଷଣରେ ଗାଁ ଭିତରକୁ ପଶିଆସି ଗ୍ରାମର ପ୍ରତାପ ଚନ୍ଦ୍ର ମହାନ୍ତଙ୍କ ଘରେ ପସି ଯାଇଥିଲା। ସେ ଏହା ଦେଖି ପାଟଣା ବନ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ, ସାହାରପଡା ବନପାଳ ମୋହିନୀ ମହାନ୍ତ ଓ ବନ ବିଭାଗର ପାରା କର୍ମଚାରୀ ପହଞ୍ଚି ହରିଣ ଟିକୁ ଘର ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅଟେଇ ଜଙ୍ଗଲରେ ଛାଡି ଥିବା ସୂଚନା ମିଳିଛି।

Comments are closed.