www.samajalive.in
Tuesday, December 9, 2025
15.1 C
Bhubaneswar

ଶେଷ ସମୟରେ ମୃତକଙ୍କୁ ଅସମ୍ମାନ: ସମ୍ବଲପୁର ରାଜଘାଟରେ ଚାଲିଛି କାଠ କେଳେଙ୍କେରୀ !!

ସମ୍ବଲପୁର: ମନୁଷ୍ୟ ଶାନ୍ତିରେ ରହିିବା ପାଇଁ ଜୀବନ ତମାମ ସଂଘର୍ଷ କରୁଥିବା ବେଳେ ସମ୍ବଲପୁର ମହାନଗର ନିଗମ ଓ ଜିଲା ପ୍ରଶାସନର ଅବ୍ୟବସ୍ଥା ପାଇଁ ଶେଷ ସମୟରେ ମଧ୍ୟ ତାର ମରଶରୀରର ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ ଅସମ୍ମାନ ଓ ହତାଦର ହେବାକୁ ପଡୁଛି। ଶୁକ୍ରବାର ସମ୍ବଲପୁରର କମଳି ବଜାର ସ୍ଥିତ ରାଜଘାଟରେ ଏହାର ସଦ୍ୟତମ ନମୁନା ଦେଖିବାକୁ ମିଳିଛି। ସମ୍ବଲପୁର ମହାନଗର ନିଗମ ଦ୍ୱାରା ପରିଚାଳିତ ସ୍ଥାନୀୟ କମଳି ବଜାର ସ୍ଥିତ ରାଜଘାଟ ଠାରେ ଶବ ସତ୍କାର ପାଇଁ ବିଗତ କିଛି ବର୍ଷ ହେବ ଅବ୍ୟବସ୍ଥା ଲାଗି ରହିଛି। ଶବ ସତ୍କାର କେନ୍ଦ୍ରରେ ଶବଦାହ ପାଇଁ ମହାନଗର ନିଗମ ଦ୍ୱାରା ବନ ବିଭାଗର ସହାୟତାରେ କାଠ ଯୋଗାଇ ଦିଆଯାଇଥାଏ। କିନ୍ତୁ ମହାନଗର ନିଗମର ପରିଚାଳନାଗତ ତ୍ରୃଟି ଯୋଗୁଁ ଗତ କିଛି ବର୍ଷ ହେବ ଏହି ଶବଦାହ କେନ୍ଦ୍ରରେ ପ୍ରାୟତଃ କାଠର ଅଭାବ ଦେଖାଦେଉଛି। ଯାହା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୋକାକୁଳ ପରିବାର ଲୋକେ ରାଜଘାଟକୁ ଆସି ଏଠାରେ ଶବଦାହ ପାଇଁ କାଠ ପାଉ ନ ଥିବାରୁ ଅନେକ ସମୟରେ ସହର ସାରା ବିଭିନ୍ନ ସ୍ଥାନକୁ ଦୌଡି ଦୌଡି ଖର୍ଚ୍ଚାନ୍ତ ହୋଇ ନୟାନ୍ତ ହେଉଛନ୍ତି। ଅନ୍ୟ ପକ୍ଷରେ ଏଠାରେ ରହିଥିବା ବିଦ୍ୟୁତ ଚୁଲା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରାଯାଉଥିବା ବେଳେ ପ୍ରାୟତଃ ଏହା ଖରାପ ରହିଥାଏ। ଏଣୁ ମୃତକଙ୍କ ପରିଜନ ମାନେ ଅନ୍ୟେପାୟ ହୋଇ କାଠ ଦ୍ୱାରା ଶବ ଦାହ କରିଥାନ୍ତି।

ପୂର୍ବରୁ ଅବ୍ୟବସ୍ଥିତ ରାଜଘାଟ ଠାରେ ଏବେ ଶବଦାହ ପାଇଁ କାଠ ନାମରେ କେଳେଙ୍କେରୀ କରାଯାଉଥିବାର ସମ୍ମୁଖକୁ ଆସିଛି। ପୂର୍ବରୁ ଶବ ଦାହ ପାଇଁ ଶୁଖିଲା ଶାଳ କାଠ ଯୋଗାଇ ଦିଆଯାଉଥିବା ବେଳେ ଏବେ କିନ୍ତୁ କଞ୍ଚା ୟୁକାଲି ପଟାସ କାଠ ଦିଆଯାଉଛି। କୌଣସି ମୃତକଙ୍କ ପରିଜନ ଯଦି ଶାଳ କାଠର ଦାବି କରୁଛନ୍ତି, ଡିପୋରୁ ଯାହା ଆସୁଛି ତାହା ନିଅ ନଚେତ ଯାଅ ବୋଲି ଚରମବାଣୀ ମଧ୍ୟ ଶୁଣିବାକୁ ମିଳୁଛି। ଏଣୁ ବାଧ୍ୟ ହୋଇ ଲୋକେ କଞ୍ଚା ୟୁକାଲି ପଟାସ କାଠ ଆଣି ଅନ୍ତିମ ସଂସ୍କାର କରିବାକୁ ଚେଷ୍ଟା କଲା ସମୟରେ କାଠ ନିଆଁ ଧରୁ ନ ଥିବାରୁ ବାଧ୍ୟ ହୋଇ ଘିଅ, ଝୁଣା, ଆଦି ସହିତ କଳାବଜାରରୁ କିରାସିନୀ କିଣି ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଆର୍ଥିକ ଅସମର୍ଥ ଲୋକେ ବାଧ୍ୟ ହୋଇ ପୁରୁଣା ସାଇକେଲ, ଗାଡି ଆଦିର ଟାୟାର ଆଣି ମ୍ରିୟମାଣ ହୋଇ ଶବ ଦାହ କରିବାକୁ ବାଧ୍ୟ ହେଉଛନ୍ତି।

- Advertisement -

ଅପର ପଟରେ ରାଜଘାଟ ଠାରୁ କେଇ ମିଟର ଦୂରରେ ଅବସ୍ଥିତ କମଳି ବଜାର ଠାରେ ଅନେକ କାଠ ନିର୍ମିତ ସାମଗ୍ରୀ ନିୟମିତ ନିର୍ମାଣ କାର୍ଯ୍ୟ ଚାଲିଛି। ଅନେକ ବ୍ୟବସାୟୀ ସରକାରୀ ଡିପୋରୁ କାଠ କିଣୁ ନ ଥିବା ବେଳେ କିନ୍ତୁ ସେଠାରେ ବିଭିନ୍ନ ମୂଲ୍ୟବାନ କିସମର କାଠ ନିର୍ମିତ ସାମଗ୍ରୀ ମିଳୁଛି। ଏଣୁ ରାଜଘାଟକୁ ଦିଆଯାଉଥିବା କାଠ ଉପରେ ମାଫିଆଙ୍କ ନିୟନ୍ତ୍ରଣ ରହିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ସାଧାରଣଃ ଶାଳ କାଠ ମୂଲ୍ୟବାନ ହୋଇଥିବା ବେଳେ ୟୁକାଲି ପଟାସ କାଠ ଢ଼େର ଶସ୍ତା ଅଟେ। ପୂର୍ବରୁ ରାଜଘାଟର ପରିଚାଳନାକୁ ନେଇ ଅନେକ ବାର ବିବାଦ ଦେଖା ଦେବା ସହିତ ବ୍ୟାପକ ଦୁର୍ନିତୀର ଅଭିଯୋଗ ହୋଇ ଆସୁଥିବା ବେଳେ ଶାଳ କାଠ ସ୍ଥାନରେ କଞ୍ଚା ୟୁକାଲି ପଟାସ କାଠ ଓ ଟାୟାର ଯୋଗେ ଶବ ଦାହ କରାଯିବା ଘଟଣାରୁ ସବୁ କିଛି ଠିକ ନ ଥିବାର ସ୍ପଷ୍ଟ ଜଣାପଡୁଛି। ଏଣୁ ରାଜଘାଟରେ ପରିଚାଳନା ପାଇଁ ଖର୍ଚ୍ଚ ଅର୍ଥ ଓ ଶବ ଦାହ ପାଇଁ ଦିଆଯାଉଥିବା କାଠର ହିସାବ ନିକାସ ପାଇଁ ଏକ ଉଚ୍ଚସ୍ତରୀୟ ଯାଞ୍ଚ କରାଯାଉ ବୋଲି ସବୁ ମହଲରୁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories