www.samajalive.in
Sunday, December 14, 2025
17.1 C
Bhubaneswar

ସେବା ଓ ସେବକ ସପ୍ତାହ ସମାପନରେ ବଡ଼ମ୍ବା ସରପଞ୍ଚଙ୍କ ସଂକଳ୍ପ-ଜୀବ,ଜୀବନ ଓ ପ୍ରକୃତିର ବନ୍ଧୁ ଆସ ଗଛ ଲଗାଇବା

ବଡ଼ମ୍ବା – ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଦୈନିକ ‘ସମାଜ’ ଆନୁକୂଲ୍ୟରେ   ସପ୍ତାହବ୍ୟାପି ସେବା ଓ ସେବକ କାର୍ଯ୍ୟକ୍ରମ ରାଜ୍ୟବ୍ୟାପି ପାଳନ କରାଯାଇଛି । ମଙ୍ଗଳବାର ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସ ଅର୍ଥାତ ସମାପନରେ ବଡ଼ମ୍ବା ସଦର ମହକୁମାରେ ଚାରା ରୋପଣ ଓ ଏ ସଂକ୍ରାନ୍ତ ଜନସଚେତନ କାର୍ଯ୍ୟକ୍ରମ କରାଯାଇଥିଲା । ସ୍ଥାନୀୟ ତେଲିସାହି ଯୁବ ସମାଜ ଏବଂ ଶ୍ରୀ ରଘୁନାଥ ଜୀୟୁ ମନ୍ଦିର ପରିଚାଳନା କମିଟି ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିଜିଗଡ଼ ବଡ଼ମ୍ବା ସରପଞ୍ଚ ମଧୁସ୍ମିତା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ।

 

- Advertisement -

ଶ୍ରୀମତୀ ମହାନ୍ତି ଏହି ଅବସରରେ ଜୀବ,ଜୀବନ ଓ ପ୍ରକୃତିର ବନ୍ଧୁ ଗଛ ଅଟେ ଏବଂ ଆସ ଆମେ ଗଛ ଲଗାଇବା ଲାଗି ଯୁବ ସମାଜକୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ରଘୁନାଥ ଜୀୟୁ ମଠରେ ବନବିଭାଗ ସହଯୋଗରୁ ମିଳିଥିବା ବିଭିନ୍ନ ଉପାଦେୟ ଗଛର ଚାରା ସରପଞ୍ଚ ତଥା ନିମନ୍ତ୍ରିତ ଅତିଥି ଲଗାଇଥିଲେ । ସମାଜ ବ୍ଲକ ପ୍ରତିନିଧି ଅମରେଶ ରଥଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାମାଜିକ ଉତ୍ସବରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବୃନ୍ଦାବନ ପରିଡ଼ା,ସମାଜସେବୀ ଚିନ୍ମୟକୁମାର ପଟ୍ଟନାୟକ,ତେଲିସାହି ୱାର୍ଡ଼ସଭ୍ୟ ଜ୍ଞାନରଞ୍ଜନ ଦାଶ,ସାହି ମୁରବୀ ସନ୍ତୋଷକୁମାର ପରିଡ଼ା,ନୀଳମଣି ସେଠୀ,ସାମ୍ବାଦିକ ଗିରିଜାପ୍ରସାଦ ମିଶ୍ର ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ । ବଡ଼ମ୍ବା ତେଲିସାହି ଯୁବ ସମାଜର ଆବାହକ ନରେଶ ବେହେରା,ବାପି ବେହେରା ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ । ସରପଞ୍ଚ ଶ୍ରୀମତୀ ମହାନ୍ତି ଏହି ଅବସରରେ ବଡ଼ମ୍ବା ସହରର ବିଭିନ୍ନ ମଠ ମନ୍ଦିର ସମେତ ପ୍ରମୁଖ ସ୍ଥାନରେ ଆଗାମୀ ଦିନରେ ବ୍ୟାପକ ଚାରା ରୋପଣ କରିବାକୁ ଉପସ୍ଥିତ ଯୁବ ସମାଜ ସଦସ୍ୟଙ୍କୁ ସଂକଳ୍ପ କରାଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories