www.samajalive.in
Sunday, December 7, 2025
26.1 C
Bhubaneswar

ପୂଜାରା ଓ ଜ୍ୟାକ୍‌ସନଙ୍କ ଶତକ ; ରଣଜୀ ଫାଇନାଲରେ ସୌରାଷ୍ଟ୍ର

ବେଙ୍ଗାଲୁରୁ : ଚଳିତବର୍ଷର ରଣଜୀ ଟ୍ରଫି କ୍ରିକେଟ ଫାଇନାଲରେ ପ୍ରବେଶ କରିଛି ସୌରାଷ୍ଟ୍ର। ସୋମବାର ସମାପ୍ତ ହୋଇଥିବା ସେମିଫାଇନାଲରେ ପୂର୍ବ ଚମ୍ପିଆନ୍ କର୍ଣ୍ଣାଟକକୁ ସୌରାଷ୍ଟ୍ର ୫ ୱିକେଟରେ  ପରାସ୍ତ କରିଛି। ଭାରତୀୟ ଟେଷ୍ଟ ଖେଳାଳି ଚେତେଶ୍ବର ପୂଜାରା ଓ ସେଲ୍‌ଡନ ଜ୍ୟାକ୍‌ସନ୍ ଶତକ ହାସଲ କରିବା ସହ ସୌରାଷ୍ଟ୍ରକୁ ଏହି ସ୍ମରଣୀୟ ବିଜୟ ଦେଇଥିଲେ। ଫେବୃୟାରୀ ୨ରୁ ନାଗପୁରରେ ବିଭର୍ଦ-ସୌରାଷ୍ଟ୍ର ରଣଜୀ ଟ୍ରଫି ଫାଇନାଲ ମ୍ୟାଚ୍ ଖେଳାଯିବ।
୪ର୍ଥ ଦିନ ଶେଷରେ ରଣଜୀ ଟ୍ରଫି ଫାଇନାଲ ଖେଳିବାଠାରୁ ଆଉ ମାତ୍ର ୫୫ ରନ୍ ଦୂରରେ ରହିଥିଲା ସୌରାଷ୍ଟ୍ର। ୨ୟ ଇନିଂସରେ ୨୭୯ ରନ୍ ବିଜୟଲକ୍ଷ୍ୟର ପିଛା କରିଥିବା ସୌରାଷ୍ଟ୍ର ସୋମବାର ମ୍ୟାଚ୍‌ର ୫ମ ତଥା ଅନ୍ତିମଦିନରେ ୫ ୱିକେଟ ହରାଇ ବିଜୟୀ ହୋଇଥିଲା। ସୌରାଷ୍ଟ୍ର ରବିବାର ୪ର୍ଥ ଦିନ ଶେଷରେ ୩ ୱିକେଟ ହରାଇ ୨୨୪ ରନ୍ କରିଥିଲା। ୨ୟ ଇନିଂସ ଆରମ୍ଭରୁ ସୌରାଷ୍ଟ୍ର ବିପର୍ଯ୍ୟୟ ଭୋଗି ମାତ୍ର ୨୩ ରନ୍‌ରେ ୩ଟି ୱିକେଟ ହରାଇଥିଲା। ତେ​‌େ​ବ ଚେତେଶ୍ବର ପୂଜାରା ଓ ସେଲ୍‌ଡନ ଜ୍ୟାକ୍‌ସନ୍ ଶତକ ହାସଲ କରିବା ସହ ୪ର୍ଥ ୱିକେଟ ପାଇଁ ୨୧୪ ରନ୍ ଯୋଗକରି ଦଳକୁ ଜିତାଇଥିଲେ। ୧୬ଶ ପ୍ରଥମଶ୍ରେଣୀ ଶତକ ହାସଲ କରିଥିବା ଜ୍ୟାକ୍‌ସନ ୨୧୭ ବଲ୍‌ରୁ ୧୫ଟି ଚୌକା ସହ ୧୦୦ ରନ୍‌କରି ଆଉଟ ହୋଇଥିଲେ। ପରେ ଅର୍ପିତ ବାସୱାଡ଼ା ୧୨ ରନ୍‌କରି ବିଦାୟ ନେଇଥିଲେ। ପୂଜାରା ୨୬୬ ବଲ୍‌ରୁ ୧୭ଟି ଚୌକା ସହ ୧୩୧ ରନ୍‌କରି ଅପରାଜିତ ରହିଥିଲେ। ବିନୟ କୁମାର ୩ଟି ୱିକେଟ ନେଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories