ଆସନ୍ତାକାଲି ଗୋପବନ୍ଧୁଙ୍କ ସତ୍ୟବାଦୀର ବାର୍ଷିକ ଉତ୍ସବ

କଟକ : ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ବାର୍ଷିକ ସମାରୋହ ଏପ୍ରିଲ ୩ ତାରିଖ, ରବିବାର ବିଜୁ ପଟ୍ଟନାୟକ ଛକ ସ୍ଥିତ ‘ସାରଳା ଭବନ’ରେ ପୂର୍ବାହ୍ଣ ସାଢ଼େ ୧୦ଟାରେ ଅନୁଷ୍ଠିତ ହେବ। ବିଶିଷ୍ଟ ସାମ୍ବାଦିକ ଓ ରାଜ୍ୟ ସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ମୁଖ୍ୟ ଅତିଥି ଓ ପ୍ରଖ୍ୟାତ ସାରସ୍ବତ ସାଧକ ତଥା ରେଭେନ୍‌ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଶ୍ରୀ ଦେବଦାସ ଛୋଟରାୟ ମୁଖ୍ୟ ବକ୍ତା ଭାବରେ ଏହି ସମାରୋହରେ ଯୋଗଦେବେ। ଏହି ଅବସରରେ ବରିଷ୍ଠ ସାରସ୍ବତ ସାଧକ ଡ.ନୀଳାଦ୍ରି ଭୂଷଣ ହରିଚନ୍ଦନଙ୍କୁ ‘ସତ୍ୟବାଦୀ ସାରସ୍ବତ ସମ୍ମାନ-୨୦୨୧’ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ଏକଲକ୍ଷ ଟଙ୍କାର ଦକ୍ଷିଣା ଓ ମାନପତ୍ର ପ୍ରଦାନ କରାଯିବ। ସେହିପରି ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ପ୍ରତିଭାଧରଙ୍କୁ ଦଶ ହଜାର ଟଙ୍କା ସହିତ ଉପାୟନ ପ୍ରଦାନ କରାଯିବ। 

ଏତଦ୍‌ବ୍ୟତୀତ ବ୍ରଜମୋହନ ମିଶ୍ରଙ୍କୁ ପ୍ରବନ୍ଧ, ଅର୍ଜୁନ ପୃଷ୍ଟି- ଗଳ୍ପ, ପିନାକୀ ମିଶ୍ର- କବିତା ଓ ଶିଶୁ ସାହିତ୍ୟିକ ଭାବରେ ଦେବେନ୍ଦ୍ର କର, ସୁନାମଣି ରାଉତଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରତ୍ୟେକଙ୍କୁ ଦଶହଜାର ଟଙ୍କାର ଦକ୍ଷିଣା ଓ ମାନପତ୍ର ପ୍ରଦାନ କରାଯିବ। କରୋନା କାରଣରୁ ସ୍ଥଗିତ ରହିଥିବା ୨୦୨୦ ‘ସତ୍ୟବାଦୀ ସାରସ୍ବତ ସମ୍ମାନ’ ମଧ୍ୟ ଏହି ସମାରୋହରେ ପ୍ରଦାନ କରାଯିବ।

prayash

‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ବିଭିନ୍ନ ସଂଖ୍ୟାରେ ପ୍ରକାଶିତ ନିଆରା ସମ୍ପାଦକୀୟ, ସୁନିର୍ବାଚିତ ଗଳ୍ପ, ରସୋତ୍ତୀର୍ଣ୍ଣ କବିତା, ଗବେଷଣାଧର୍ମୀ ପ୍ରବନ୍ଧ, ଓଡ଼ିଶାର ବରପୁତ୍ରମାନଙ୍କ କୃତି ଓ କୀର୍ତ୍ତିର ଆଲେଖ୍ୟ ‘ସ୍ମୃତିରେ’ ତଥା ସାରସ୍ୱତ ଜଗତର ଲବ୍ଧପ୍ରତିଷ୍ଠ, ଯଶସ୍ୱୀ, କୀର୍ତ୍ତିମାନ, ସାଧକଙ୍କ ଉତ୍‍ଥାନ-ପତନ ଭରା ଜୀବନର ଗାଥା, ସିଦ୍ଧି ଓ ସଫଳତାର କାହାଣୀ ‘ପ୍ରତିଭା ପରିଚର୍ଯ୍ୟା’କୁ ନେଇ ଅଲଗା ଅଲଗା ସଂକଳନ ପ୍ରକାଶିତ ହୋଇଛି। ଏପ୍ରିଲ ୩ ତାରିଖ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଅନୁଷ୍ଠିତ ହେବାକୁ ଥିବା “ଗୋପବନ୍ଧୁଙ୍କ ସତ୍ୟବାଦୀ”ର ବାର୍ଷିକ ଉତ୍ସବ ଅବସରରେ “ଗୋପବନ୍ଧୁ ସାହିତ୍ୟ ମନ୍ଦିର” ଷ୍ଟଲରେ ଏହିସବୁ ସଂକଳନ ଉପଲବ୍ଧ ହେବ।

ବେଣୁଧର ପାଢ଼ୀ, ଦେବବ୍ରତ ମଦନରାୟ, ଗାୟତ୍ରୀବାଳା ପଣ୍ଡା (ଉପର)
ଗୋବିନ୍ଦଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ଚୌଧୁରୀ, ରବୀନ୍ଦ୍ର କୁମାର ମାଝୀ(ତଳ)

‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ବିଭିନ୍ନ ସଂଖ୍ୟାରେ ପ୍ରକାଶିତ ନିଆରା ସମ୍ପାଦକୀୟ, ସୁନିର୍ବାଚିତ ଗଳ୍ପ, ରସୋତ୍ତୀର୍ଣ୍ଣ କବିତା, ଗବେଷଣାଧର୍ମୀ ପ୍ରବନ୍ଧ, ଓଡ଼ିଶାର ବରପୁତ୍ରମାନଙ୍କ କୃତି ଓ କୀର୍ତ୍ତିର ଆଲେଖ୍ୟ ‘ସ୍ମୃତିରେ’ ତଥା ସାରସ୍ୱତ ଜଗତର ଲବ୍ଧପ୍ରତିଷ୍ଠ, ଯଶସ୍ୱୀ, କୀର୍ତ୍ତିମାନ, ସାଧକଙ୍କ ଉତ୍‍ଥାନ-ପତନ ଭରା ଜୀବନର ଗାଥା, ସିଦ୍ଧି ଓ ସଫଳତାର କାହାଣୀ ‘ପ୍ରତିଭା ପରିଚର୍ଯ୍ୟା’କୁ ନେଇ ଅଲଗା ଅଲଗା ସଂକଳନ ପ୍ରକାଶିତ ହୋଇଛି। ଏପ୍ରିଲ ୩ ତାରିଖ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଅନୁଷ୍ଠିତ ହେବାକୁ ଥିବା “ଗୋପବନ୍ଧୁଙ୍କ ସତ୍ୟବାଦୀ”ର ବାର୍ଷିକ ଉତ୍ସବ ଅବସରରେ “ଗୋପବନ୍ଧୁ ସାହିତ୍ୟ ମନ୍ଦିର” ଷ୍ଟଲରେ ଏହିସବୁ ସଂକଳନ ଉପଲବ୍ଧ ହେବ।

kalyan agarbati

Comments are closed.