www.samajalive.in
Saturday, December 6, 2025
16.1 C
Bhubaneswar

‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ଉନ୍ମୋଚିତ

ମଞ୍ଚେଶ୍ଵର : ବର୍ଷିଆନ ଗାନ୍ଧିବାଦୀ, ସମାଜସେବୀ ତଥା ନିଶା ନିବାରଣ ଆନ୍ଦୋଳନର ମୁଖ୍ୟ ପୃଷ୍ଠପୋଷକ ପଦ୍ମଚରଣ ନାୟକ ଶହେ ବର୍ଷରେ ପାଦ ଥାପିଛନ୍ତି। ତାଙ୍କ ୧୦୦ତମ ଜନ୍ମଦିବସ ଅବସରରେ ଗୁରୁବାର ସନ୍ଧ୍ୟାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଡ଼ିଟୋରିୟମରେ ଏକ ସଭାର ଆୟୋଜନ ହୋଇଥିଲା। ପଦ୍ମଚରଣ ନାୟକ ଅଭିନନ୍ଦନ ସମିତି ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଗାନ୍ଧିଜୀଙ୍କ ତିରୋଧାନ ଦିବସକୁ ମନେପକାଇ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ଦ୍ୱାରା ନିର୍ଦେଶିତ ମହାତ୍ମା ଗାନ୍ଧୀଙ୍କ ଉପରେ ଆଧାରିତ ‘ହେ ରାମ୍’ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପଦ୍ମଚରଣ ନାୟକ ଅଭିନନ୍ଦନ ସମିତିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ମାଗାସେସେ ପୁରସ୍କାର ବିଜେତା ତଥା ବିଶିଷ୍ଟ ସ୍ତମ୍ଭକାର ପି. ସାଇନାଥ କହିଥିଲେ, ଦେଶକୁ ସ୍ୱାଧୀନତା ଆସିଛି; କିନ୍ତୁ ଆମେ ସ୍ୱାଧୀନତା ପାଇନାହୁଁ। ଏଥିପାଇଁ ଅନେକ ପ୍ରଚେଷ୍ଟାର ଆବଶ୍ୟକତା ରହିଛି। ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଶାସକ ଡ. ଅରବିନ୍ଦ ବେହେରା ଗାନ୍ଧିଜୀଙ୍କ ପରାମର୍ଶରେ କିପରି ପଦ୍ମଚରଣ ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପାଦନ କରିଥିଲେ ସେ ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ସର୍ବସେବା ସଂଘ ସଭାପତି ଅାଦିତ୍ୟ ପଟ୍ଟନାୟକ ପଦ୍ମଚରଣ ଏବଂ ଗାନ୍ଧିଜୀଙ୍କ ସମ୍ପର୍କ ଓ କାର୍ଯ୍ୟଧାରା ଉପରେ ମତବ୍ୟକ୍ତ କରିଥିଲେ। ପଦ୍ମଚରଣ ତାଙ୍କ ବକ୍ତବ୍ୟରେ ମତେ ଭଲ ପାଉଥିଲେ ମଦ ବିରୋଧରେ ଲଢ଼େଇ କରନ୍ତୁ ବୋଲି କହିଥିଲେ। ଅଭିନନ୍ଦନ ସମିତିର ଆବାହକ ଦିଲୀପ ଦାଶଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। କବି ଶୈଳଜ ରବି ପଦ୍ମଚରଣଙ୍କ ଉଦ୍ଦେଶ୍ୟରେ ‘ପାଦଭୂମି’ ସ୍ୱରଚିତ କବିତା ପାଠ କରିଥିଲେ।
ପ୍ରଫେସର ପ୍ରିୟମ୍ବଦା ପଟ୍ଟନାୟକ ମାନପତ୍ର ପାଠ କରିଥିଲେ। ଅତିଥିଙ୍କ ଦ୍ୱାରା ପଦ୍ମଚରଣ ନାୟକ ଜନ୍ମ ଶତବାର୍ଷିକୀ ଅଭିନନ୍ଦନ ଗ୍ରନ୍ଥ ‘ସଂକଳ୍ପର ସ୍ୱାକ୍ଷର’ ଓ ମାସିକ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ନଟବର ଖୁଣ୍ଟିଆ, ମଳୟ ତ୍ରିପାଠୀ, କାହ୍ନୁଚରଣ ବେହୁରା, ଶଶାଙ୍କ ଶେଖର ଗଡ଼ନାୟକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories