www.samajalive.in
Friday, December 5, 2025
20.1 C
Bhubaneswar

ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ବିଧାୟକ, ଅବ୍ୟବସ୍ଥା ନେଇ ତାଗିଦ କଲେ

ଫୁଲବାଣୀ: ଜିଲା ମୁଖ୍ୟ ଚିକିତ୍ସାଳୟ ଅଚାନକ ପରିଦର୍ଶନ କରିଛନ୍ତି ବିଧାୟକ ଉମାଚରଣ ମଲ୍ଲିକ। ଗୁରୁବାର ମାତୃ ଓ ଶିଶୁ ବିଭାଗ ଗସ୍ତ କରିବା ସହ ଅନ୍ୟ ସମସ୍ତ ବିଭାଗ ମଧ୍ୟ ବୁଲି ଦେଖିଛନ୍ତି। ମେଡିକାଲର ବିଭିନ୍ନ ସମସ୍ୟା ନେଇ ବିଧାୟକ ଉଦବେଗ ପ୍ରକାଶ କରିବାସହ ଏହାର ସମାଧାନ ପାଇଁ ତାଗିଦ କରିଛନ୍ତି। ଜିଲାର ଅଧିକାଂଶ ଚିକିତ୍ସାଳୟରେ ଡାକ୍ତର ନଥିବାବେଳେ ଅନେକ ଡାକ୍ତର ନିଜର ଦରମା ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଦିନକ ପାଇଁ ଆସି ସାତ ଦିନର ଦସ୍ତଖତ କରି ପଳାଇବା, ରୋଗୀମାନଙ୍କ ପ୍ରତି ଡାକ୍ତର ଏବଂ ନର୍ସମାନଙ୍କ ଅବହେଳା ଭଳି ଅବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଧାୟକ। ବିଳମ୍ବରେ ଆସୁଥିବା ଡାକ୍ତର ଓ ନର୍ସମାନଙ୍କୁ ତାଗିଦ୍ କରିବାସହ ମେଡିକାଲ ମ୍ୟାନେଜର ବିଭୁଦତ୍ତ ଶତପଥୀଙ୍କୁ ମଧ୍ୟ ତାଗିଦ୍ କରିଛନ୍ତି। ଆଗାମୀ ଦିନରେ ଏପରି ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଧାୟକ ଉମାଚରଣ ମଲ୍ଲିକ।

ସେହିଭଳି ମେଡିସିନ୍‌‌ ବିଭାଗରେ ଜଣେ ମାତ୍ର ଡାକ୍ତର ଥିବାବେଳେ ରୋଗୀସଂଖ୍ୟା ପ୍ରବଳ ଥିବା ଜାଣି ଆଉ ଦୁଇଜଣ ମେଡିସିନ୍‌‌ ସ୍ପେଶାଲିଷ୍ଟ ଏଠାରେ କିଭଳି ଭାବେ ନିଯୁକ୍ତି ହେବ ସେ ନେଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଧାୟକ କହିଛନ୍ତି। ତେବେ ମେଡିକାଲର ଭିତର ଓ ବାହାର ଏବଂ ଶୌଚାଳୟ ସଫା ଥିବା ଦେଖି ବିଧାୟକ ଖୁସିବ୍ୟକ୍ତ କରିଛନ୍ତି। ଏହି ଅବସରରେ ନୂତନ ଭାବେ ନିର୍ମିତ ହେଉଥିବା ମେଡିକାଲ କଲେଜର ଡିନ୍ ଡକ୍ଟର ନରେନ୍ଦ୍ର ବେହେରା ମଧ୍ୟ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories