ଶନିବାର ରାଶିଫଳ

0

ମେଷ: ଆୟ ଯଥେଷ୍ଟ ପରିମାଣର ହେବ। ସୁ ଖବର ପାଇ ଭାବବିହ୍ବଳ ହୋଇପାରନ୍ତି। ଜ୍ଞାନ ଆହରଣ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ।
ବୃଷ: ଅଭାବ ଦୂରେଇ ଯିବ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ସୁ-ସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।
ମିଥୁନ: ପରର ଉପକାର କରି ଆତ୍ମସନ୍ତୋଷ ଲାଭ କରିବେ। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ଉପଯୋଗ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିଗାଥା ଶ୍ରବଣ କରିବେ।
କର୍କଟ: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଧନକ୍ଷୟ ହେବାର ସମ୍ଭାବନା ଅଛି। ଅର୍ଥ ଟାଣଟୁଣ ରହିବ। ଉତ୍ତମ ମିତ୍ର କିମ୍ବା ପୁତ୍ର ଲାଭର ସୂଚନା ମିଳୁଛି। ଯାନବାହନ ସୁଖ ମିଳିପାରେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
ସିଂହ: ଉନ୍ନୟନ କାର୍ଯ୍ୟ ପାଇଁ ସୁଯୋଗ ମିଳିବ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବ।
କନ୍ୟା: ପାରସ୍ପରିକ ବୁଝାମଣା ସୁଖକର ହେବ। ଶତ୍ରୁକୁ ପରାଜିତ କରି ବିଜୟ ବାନା ଉଡ଼ାଇ ପାରନ୍ତି। ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିପାରନ୍ତି।
ତୁଳା: ଲେଖା ପଢ଼ାରେ ପାରଙ୍ଗମ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ପାଇ ଆନନ୍ଦ ଅନୁଭବ କରିବେ। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି।
ବିଛା: ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଯଶସ୍ୱୀ ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ନିଜ ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି। ଯଶ ଅର୍ଜନ କରିବେ। କୀର୍ତ୍ତିମାନ୍‍ ହୋଇପାରନ୍ତି।
ଧନୁ: ନିଃସନ୍ଦେହରେ ବନ୍ଧୁଙ୍କୁ ସାଦର ନିମନ୍ତ୍ରଣ କରିପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ପ୍ରଶସ୍ତ ରହିଛି। ଦେବଦର୍ଶନର ସୌଭାଗ୍ୟ ରହିଛି। ଅଶାନ୍ତିର ଉପଶମ ହୋଇପାରେ। ସରକାରୀ ଲାଭ ପାଇବେ।
ମକର: ପିତୃ ଋଣ ପରିଶୋଧ କରିବା ପାଇଁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ଆକସ୍ମିକ ଭାବେ ସମସ୍ୟା ଦେଖା ଦେଇପାରେ। ହଠାତ୍‌ ଭାଗ୍ୟର ପରିବର୍ତ୍ତନ ଘଟିବ। ଧନାଗମ ହେବ। ବ୍ୟକ୍ତି ବିଶେଷଭାବେ ନିଜର ପରିଚୟ ସୃଷ୍ଟି କରିବେ। ପତ୍ନୀପରାୟଣ ହେବେ।
କୁମ୍ଭ: ଆଶାବାଦୀ ହେବେ। ରୋଜଗାର ବୃଦ୍ଧି ହେବ। ଧନବାନ୍‍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। କାର୍ଯ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କାର୍ଯ୍ୟର ସଫଳ ରୂପାୟନ କରି ବିଭାଗରେ ପ୍ରିୟ ହେବେ।
ମୀନ: ଥଣ୍ଡା ଓ କଫ ଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ। ବଚନ ମଧୁର ହୋଇପାରେ। ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ହେବେ। ବିଦ୍ୱାନ ଓ ଶାସ୍ତ୍ରଜ୍ଞ ହେବେ।

Leave A Reply