www.samajalive.in
Sunday, December 7, 2025
13.1 C
Bhubaneswar

ଶନିବାର ରାଶିଫଳ

ମେଷ: ଦ୍ବିଧାଗ୍ରସ୍ତ ହୋଇପାରନ୍ତି। ଯାତ୍ରା କ୍ଳେଶକର ହୋଇପାରେ; ମାତ୍ର ଧନାଗମ ହେବାର ସୂଚନା ମିଳୁଛି। ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା, ଅତିସୁଖୀ, କୀର୍ତ୍ତିମାନ୍‌ ଓ ସହିଷ୍ଣୁ ହେବେ।

ବୃଷ: ନିଜ ବୁଦ୍ଧି ପ୍ରୟୋଗ କରି ଅଧିକ ରୋଜଗାର କରିପାରନ୍ତି। ବନ୍ଧୁ କିମ୍ବା ସରକାରୀ ସହାୟତାରୁ ଲାଭବାନ୍‌ ହେବେ। ତୃପ୍ତିକର ଭୋଜନ ମିଳିବ। ପାରିବାରିକ ସୁଖ ଅବ୍ୟାହତ ରହିବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।

- Advertisement -

ମିଥୁନ: ବ୍ୟବସାୟ ଲାଭରେ ଚାଲିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ତଥାପି ମନ ପ୍ରସନ୍ନ ରହିବ। ଭାଗ୍ୟବାନ୍‌ ହେବେ। ପ୍ରିୟଭାଷୀ ଓ ଧନ, ଯାନବାହନଯୁକ୍ତ ହୋଇପାରନ୍ତି। ସୁପୁଣ୍ୟଶୀଳ ହେବେ। ସରଳ ପ୍ରକୃତିର ହେବେ।

କର୍କଟ: କାର୍ଯ୍ୟରେ ସଫଳତା ଲାଭ କରିବେ। ସୁଖ-ସନ୍ତୋଷ ମିଳିବ। ଯଶସ୍ବୀ ହେବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରିୟ, ବିଦ୍ବାନ୍‌ ଦୟାଳୁ ସ୍ବଭାବ ହେବା ଆଶାକରାଯାଏ।

ସିଂହ: ଆୟ ବୃଦ୍ଧିର ସୂଚନା ମିଳୁଛି। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଦୀର୍ଘଦିନର ଆଶା ପୂରଣ ହୋଇପାରେ। ବ୍ୟବସାୟ ଲାଭଜନକ ହୋଇପାରେ।

କନ୍ୟା: ପରୋପକାର କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। କେ‌େତକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ। ଗୋଷ୍ଠୀ, ନଗର ଓ ଗ୍ରାମର ଅଧିପତି ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ।

ତୁଳା: ବନ୍ଧୁଙ୍କ ସହିତ ମତାନ୍ତର ଘଟିପାରେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଭାଷାବିତ୍‌ ହୋଇପାରନ୍ତି। କୃତକର୍ମ ପାଇଁ ରାଜପୂଜିତ ହେବେ। ଗ୍ରାମାଧୀଶ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁଜନ ପୋଷକ ହେବେ।

ବିଛା: ନୂତନ ଶିକ୍ଷାପ୍ରତି ଆଗ୍ରହ ପ୍ରକାଶ କରିବେ। ଆଲୋଚନା ଓ ବିଚାର-ବିମର୍ଶ ପୂର୍ବକ କାର୍ଯ୍ୟ କରି ସଫଳତା ଲାଭ କରିବେ। ନିଜ ବୃତ୍ତିର ବିଶାରଦ ହୋଇପାରନ୍ତି। ଶ୍ରେଷ୍ଠତା ବଜାୟ ରଖିବାରେ ସକ୍ଷମ ହେବେ। ବନ୍ଧୁ ସହାୟତା ପାଇ ସୁବର୍ଣ୍ଣାଦିଯୁକ୍ତ ହେବେ।

ଧନୁ: ସତ୍‌କର୍ମରେ ପ୍ରଶଂସନୀୟ ହେବେ। ମନରେ ଗର୍ବଭାବ ଉଦ୍ରେକ ହୋଇପାରେ। ଜନସାଧାରଣଙ୍କ ଶ୍ରଦ୍ଧାର ପାତ୍ର ହୋଇପାରନ୍ତି। ସମ୍ମାନିତ ହେବେ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁବନ୍ଧୁ ଯୁକ୍ତ ହେବେ।

ମକର: ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। କୌଣସି କାରଣରୁ ଅନୁତପ୍ତ ହୋଇପାରନ୍ତି। ଚେଷ୍ଟାରେ ସଫଳତା ଲାଭ କରିବେ। ମଧ୍ୟମଧରଣର ଶୁଭଫଳ ପ୍ରାପ୍ତ ହେବେ। ସୁଗୁଣ ସମ୍ପନ୍ନ ହୋଇପାରନ୍ତି। ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସତ୍ୟବାଦୀ ହେବେ।

କୁମ୍ଭ: କର୍ତ୍ତବ୍ୟ ପରାୟଣ ହେବେ। ଭ୍ରମଣ ଯୋଗ ଅଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସୁନ୍ଦର ବସ୍ତୁ ଲାଭ ହେବ; ଅସାବଧାନତା ହେତୁ ସତର୍କ ନ ରହିଲେ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହୋଇପାରନ୍ତି।

ମୀନ: ବୃଥା ବ୍ୟୟ ଘଟିପାରେ। କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିପାରନ୍ତି। ଧର୍ମ କାର୍ଯ୍ୟରେ ଲିପ୍ତ ହୋଇପାରନ୍ତି। ପ୍ରୀତି ଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ରକୁ ଅଧିକ ଉଳମୟ କରିବେ। କର୍ମଚଞ୍ଚଳ ରହିବେ। ସୌଭାଗ୍ୟ ବୃଦ୍ଧି ହେବ। ବନ୍ଧୁ, ମଙ୍ଗଳକାମନା କରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories