www.samajalive.in
Monday, December 15, 2025
15.1 C
Bhubaneswar

ଶନିବାର ରାଶିଫଳ ୨୦.୦୫.୨୦୨୩

ମେଷ: ମନରେ ଭୟର ସଂଚାର ହୋଇପାରେ। ପ୍ରଭାବ ଊଣା ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଦିନ ଭିତରେ କିଛିଟା ପରିବର୍ତ୍ତନ ଆସିବ। ସ୍ବଅର୍ଜିତ ଧନ ଓ କ୍ଷମତା ମିଳିପାରେ। ଚିନ୍ତାଗ୍ରସ୍ତ ହେବେ।
ବୃଷ: ଧନାଗମରେ ବାଧା ଉପୁଜିପାରେ। ସନ୍ତପ୍ତ ଚିତ୍ତଯୁକ୍ତ ହେବେ। କେତେକ ଖଳ ପ୍ରକୃତି ଲୋକଙ୍କଠାରୁ କ୍ଲେଶ ଭୋଗ କରିପାରନ୍ତି। ପରିବର୍ତ୍ତନ ଘଟିବ। ପରଧନରେ ଧନୀ ହେବେ। ରସିକ ଲକ୍ଷଣ ଅଛି।
ମିଥୁନ: ଧର୍ମପ୍ରିୟ ହେବେ। ପାଣ୍ତିତ୍ୟ ଅର୍ଜନ କରିପାରନ୍ତି। ଶିଳ୍ପ ପାରଦର୍ଶୀ ହୋଇପାରନ୍ତି। ସର୍ବଦା ହାସ୍ୟ ମୁଖ ରହିବ। କର୍ମଚଞ୍ଚଳ ରହିବେ। କୁସଙ୍ଗ ପରିତ୍ୟାଗ କରି ଉତ୍ତମ ସଙ୍ଗ ଗ୍ରହଣ କରିବେ।
କର୍କଟ: ସଦା ସମୃଦ୍ଧର ସୁଯୋଗ ଅଛି। ବହୁ ବନ୍ଧୁ ଓ ଆତ୍ମୀୟମାନଙ୍କର ସାହାଯ୍ୟକାରୀ ହୋଇପାରନ୍ତି। ନିଧି ପ୍ରାପ୍ତିର ସୂଚନା ମିଳୁଛି। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ।
ସିଂହ: ଦାନ ଦେବାବେଳେ ବିନୀତ ପ୍ରକାଶ କରିପାରନ୍ତି। ସହଧର୍ମିଣୀଙ୍କର ଅନୁରକ୍ତ ହେବେ। ନୃତ୍ୟ, ସଙ୍ଗୀତପ୍ରିୟ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମମାର୍ଗରେ ପରିଚାଳିତ ହେବେ।
କନ୍ୟା: ବିନୟ ଭାବ ସମ୍ପନ୍ନ ହୋଇପାରନ୍ତି। ଉପୁଜିଥିବା ସମସ୍ୟାର ସମାଧାନ ହେବ। ପ୍ରବଳ ପ୍ରତାପୀ ହୋଇପାରନ୍ତି। ମହାମାନବ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସନ୍ମାର୍ଗରେ ପରିଚାଳିତ ହୋଇପାରନ୍ତି।
ତୁଳା: ସମ୍ମୁଖ ସମରରେ ପଶ୍ଚାତ୍‌ପଦ ହୋଇପାରନ୍ତି। ଦୁଷ୍ଟାମୀ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଅର୍ଥ ଟାଣଟୁଣ ରହିବ। ନିଜ ବୁଦ୍ଧି ବଳରେ ବହୁ ଦୁଃସାହସିକ କାର୍ଯ୍ୟରେ ସଫଳ ହେବେ। ପତ୍ନୀଙ୍କ ପାଇଁ ବ୍ୟୟ ବଢ଼ିବ।
ବିଛା: ଆତୁରିତ ମ​ନୋଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। କ୍ଷେତ୍ର ପରିଚାଳନା ପାଇଁ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ଯାନବାହନ ସୁଖ ମିଳିବ। ଶତ୍ରୁତା ବଜାୟ ରହିବ।
ଧନୁ: କୁଶଳ ସମାଚାର ମିଳିପାରେ। ପତିପତ୍ନୀ ମିଳିତଭାବେ ସୁଖଭୋଗ କରିପାରନ୍ତି। ଆତ୍ମୀୟ ଲୋକଙ୍କ ସହାୟତା ମିଳିବ। ଶତ୍ରୁ ପରାଜିତ ହେବ। ମନ ଶାନ୍ତ ରହିବ। କରଜ ପରିଶୋଧ କରିପାରନ୍ତି।
ମକର: ଭ୍ରାନ୍ତ ମନା ହୋଇପାରନ୍ତି। ଅଳ୍ପ ସନ୍ତାନଯୁକ୍ତ ହେବେ। ସତ୍‌କ୍ରିୟାରେ ନିଷ୍ଠା ରଖି ସେଥିରୁ ନିବର୍ତ୍ତି ଯାଇପାରନ୍ତି। ଧନାଗମ ହେବ। ଦାମ୍ପତ୍ୟ ସୁଖ ମିଳିବ। ଜନସାଧାରଣଙ୍କ ସନ୍ଦେହଘେରରେ ରହିବେ।
କୁମ୍ଭ: କାର୍ଯ୍ୟ ଯେତେ କଠିନ ହେଲେ ବି ତାହା ଆପଣଙ୍କ ଦ୍ବାରା ସମ୍ପାଦିତ ହେବ। ବନ୍ଧୁ, ଆତ୍ମୀୟସ୍ବଜନଙ୍କ ମତାମତ ନେଇ କାର୍ଯ୍ୟ ଶେଷ କରିବେ। କର୍ମଚଞ୍ଚଳ ରହିବେ। ଯାନବାହନ ସୁଖ ମିଳିପାରେ।
ମୀନ: କବି କୀର୍ତ୍ତି ଅର୍ଜନ କରିପାରନ୍ତି। ଦୈନିକ ଶାସ୍ତ୍ର ଅଧ୍ୟୟନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। କୀର୍ତ୍ତିମାନ୍‌ ହେବେ। ଆପଣଙ୍କ ଲେଖା, ରଚନା ପ୍ରାଣସ୍ପର୍ଶୀ ହୋଇପାରେ। ସୁନାମର ଅଧିକାରୀ ହେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories