www.samajalive.in
Monday, December 15, 2025
14.1 C
Bhubaneswar

ଶନିବାର ରାଶିଫଳ ୨୯.୧୦.୨୦୨୨

ମେଷ: ଈଶ୍ବର ନିଷ୍ଠା ଭାଗ୍ୟୋନ୍ନତର କାରଣ ହୋଇପାରେ। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିଯୁକ୍ତ ହୋଇପାରନ୍ତି। ଭକ୍ତିଯୁକ୍ତ, ଧନଯୁକ୍ତ ହେଲେ ହେଁ ପରଶ୍ରୀକାତର ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ପ୍ରୀତିଭୋଜନରେ ଆନନ୍ଦ ଉପଭୋଗ କରିପାରନ୍ତି। ଈଶ୍ବର ବିଶ୍ବାସୀ ହେବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ପତ୍ନୀ ଗୁଣବତୀ, ରୂପବତୀ, ଶାନ୍ତ ସ୍ବଭାବ ସମ୍ପନ୍ନା ପତିବ୍ରତା ହେବେ।
ମିଥୁନ: ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ପାରିବାରିକ ସୁଖ ମିଳିବ। ପତ୍ନୀଙ୍କୁ ସୁରକ୍ଷା ଦେବାକୁ ଯାଇ ଦୁଷ୍ଟ ଲୋକଙ୍କର ଶତ୍ରୁ ହୋଇପାରନ୍ତି।
କର୍କଟ: ଯଶସ୍ବୀ ହେବେ। ବସ୍ତ୍ର-ଭୂଷଣ ପ୍ରାପ୍ତିର ସୂଚନା ମିଳୁଛି। ସଂଯମୀ ହୋଇପାରନ୍ତି। ପୁତ୍ରମାନେ ପ୍ରସିଦ୍ଧି ଲାଭ କରିବେ। କୀର୍ତ୍ତିମାନ୍‌ ହେବେ। ମହାନୁଭବ, ଧନୀ ଓ ବିନୟାବନତ ହୋଇପାରନ୍ତି।
ସିଂହ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଶ୍ରମ ସାର୍ଥକ ହେବ। ଅବୁଝାମାନଙ୍କୁ ସଦ୍‌ଜ୍ଞାନ ସମ୍ପନ୍ନ କରାଇପାରନ୍ତି। ଅମାୟିକ ବ୍ୟକ୍ତିର ପରିଚୟ ସୃଷ୍ଟିକରିବେ। ପ୍ରତ୍ୟେକ କାର୍ଯ୍ୟରେ ଓ କ୍ଷେତ୍ରରେ ଅଗ୍ରଗଣ୍ୟ ହେବେ।
କନ୍ୟା: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ ଠାକୁରଙ୍କ ସଂଦର୍ଶନରେ ତଲ୍ଲୀନ ହୋଇପାରନ୍ତି। ମହିଳାଙ୍କ ସହ ମିତ୍ରତା ସ୍ଥାପନ ହେବ।
ତୁଳା: ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବ୍ୟବସାୟ ଭଲରେ ଚାଲିବ। ପୁତ୍ରଠାରୁ ଧନପ୍ରାପ୍ତ ହେବେ। ଗୁରୁଙ୍କଠାରୁ ଅଳ୍ପ ଧନ ମିଳିବ।
ବିଛା: ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ଓ ନିରାମୟ ରହିବେ। ବନ୍ଧୁ ସହାୟତା ମିଳିପାରେ। ସଂଗ୍ରାମୀ ହେବେ। କ୍ଷୁଦ୍ର, ବୃହତ୍‌ ଆଦି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ। ସାହସୀ ହେବେ।
ଧନୁ: ଶୁଭକାର୍ଯ୍ୟରେ ନିୟୋଜିତ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ପ୍ରିୟ ଭାଷୀ ଓ ଧନଯୁକ୍ତ ହେବେ। ସୁବର୍ଣ୍ଣ ସମ୍ପଦଯୁକ୍ତ ହେବେ। ପାପସଙ୍ଗୀମାନଙ୍କୁ ଚିହ୍ନି ଦୂରେଇଦେଇ ପାରନ୍ତି।
ମକର: ଜ୍ଞାନଗରିମା ସମ୍ପନ୍ନ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବହୁ କଷ୍ଟରେ ସଫଳତା ମିଳିବ। ଜଳଯାନରୁ, ବିଦେଶବାସରୁ, ରାଜସେବାରୁ ଧନଲାଭ କରିପାରନ୍ତି।
କୁମ୍ଭ: ସରକାରୀ ସ୍ତରରୁ ଆୟ ଆସିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। କୁଳୋଚିତ କର୍ତ୍ତା, କୀର୍ତ୍ତିଯୁକ୍ତ, ସ୍ଥିର ଓ ଆଦରଯୁକ୍ତ ହେବେ। ବେଦ, ଦ୍ବିଜଭକ୍ତ ହେବେ।
ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ସର୍ବତ୍ର ଶୁଭ ଆଶା କରାଯାଏ। ଧର୍ମଧ୍ବଜାଧାରୀ ହେବେ। ତୀର୍ଥ ଭ୍ରମଣ ଯୋଗ ଅଛି। ଯାଗଯଜ୍ଞର କର୍ତ୍ତା ହୋଇପାରନ୍ତି। ଧନବାନ୍‌ ହୋଇପାରନ୍ତି। ଅର୍ଥାଗମର ସୂଚନା ମିଳୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories