BJD Bijuli 480×75 Mob

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ମିଳିଲା କ୍ରିପ୍ଟୋ ଜମା

BJD Bijuli 480×75 Mob

ସମ୍ବଲପୁର: ସମ୍ବଲପୁରର ମୂଳ ନିବାସୀ ତଥା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ରାଜ୍ୟବ୍ୟାପି ବାସଭବନ ଓ କାର୍ଯ୍ୟାଳୟ ଗୁଡିକରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧିକାରୀ ଶ୍ରୀ ଦାସଙ୍କ ସମ୍ବଲପୁର ମୁଦିପଡ଼ା ସ୍ଥିତ ୨ ମହଲା ବିଶିଷ୍ଟ ପୈତୃକ ବାସଭବନ ସମେତ ଭୁବନେଶ୍ୱରର ଖାରବେଳ ନଗର ସ୍ଥିତ ଶ୍ରୀରାମ ମେନସରେ ଫ୍ଲାଟ, କାର୍ଯ୍ୟାଳୟ, ସର୍ମ୍ପକୀୟଙ୍କ ଘର, ବରଗଡ଼ ଜିଲାର ରୋହିନିୟା ଗ୍ରାମରେ ପୈତୃକ ବାସଗୃହ, ଖୋର୍ଦ୍ଧା ସନାପଲ୍ଲା ଗାନ୍ଧୀ ନଗର ସମେତ ସମୁଦାୟ ୬ଟି ସ୍ଥାନରେ ଏକ ସଙ୍ଗରେ ସକାଳୁ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ୫ ଜଣ ଡିଏସପି, ୧୨ ଜଣ ଇନିସ୍ପକ୍ଟେର, ଜଣେ ସବ ଇନିସ୍ପକ୍ଟେର, ୧୧ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଛନ୍ତି।

ସମ୍ବଲପୁରର ମୁଦିପଡ଼ା ସ୍ଥିତ ୩ ମହଲା ବିଶିଷ୍ଟ ବାସଭବନରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଦଳ ଅଚାନକ ପହୁଞ୍ôଚ ଚଢ଼ଉ ଆରମ୍ଭ କରିଥିଲେ। ତେବେ ଉକ୍ତ ଘରର ତଳ ମହଲା ଭଡାରେ ଲାଗିଥିବା ବେଳେ ଉପର ମହଲା ଗୁଡିକରେ ବିଗତ କିଛି ବର୍ଷ ହେବ କେହି ରହୁ ନାହାନ୍ତି। ଏଣୁ ଭିଜିଲାନ୍ସ ଦଳ ଆଇନ ଅନୁଯାୟୀ ତାଲା ଭାଙ୍ଗି ଉକ୍ତ ଘରେ ଖାନତଲାସି କରିଥିଲେ। ସମ୍ବଲପୁର ସ୍ଥିତ ବାସଭବନ ଠାରେ ଚଢ଼ଉ ସମୟରେ ଭିଜିଲାନ୍ସ ଦଳକୁ ସେଭଳି କିଛି ମିଳି ନ ଥିବା ବେଳେ କିଛି କାଗଜପତ୍ର ସେମାନେ ସାଥିରେ ନେଇ ଯାଇଛନ୍ତି।

ଅପରପକ୍ଷରେ ଭିଜିଲାନ୍ସ ଚଢ଼ଉ ସମୟରେ ଖାରବେଳ ନଗର ସ୍ଥିତ ତାଙ୍କରର ବାସଭବନର ଝରକା ଦେଇ କିଛି କ୍ରିପ୍ଟୋ ଜମା ସହିତ ଏକ ମୋବାଇଲ ଫୋନ ବାହାରକୁ ଫିଙ୍ଗି ଦେଇଥିଲେ। ତେବେ ଭିଜିଲାନ୍ସ ଦଳ ବାହାରକୁ ଯାଇ ୩୮ଟି କ୍ରିପ୍ଟୋ ଜମା କାଗଜ ଜବତ କରି ସେ ଗୁଡିକୁ ଭିଜିଲାନ୍ସର ଅର୍ଥନୈତିକ ଶାଖା ଓ କ୍ରିପ୍ଟୋ ବିଶେଷଜ୍ଞଙ୍କ ନିକଟକୁ ଯାଞ୍ଚ ପାଇଁ ପଠାଇଛନ୍ତି। ଏତଦ ବ୍ୟତିତ ଚଢ଼ଉ ସମୟରେ ଖାରବେଳ ନଗରରୁ ଏକ ବିଳାସପୁର୍ଣ୍ଣ ଫ୍ଲାଟ, ସମ୍ବଲପୁର ମୁଦିପଡ଼ାରୁ ଏକ ଦୁଇ ମହଲା ବିଶିଷ୍ଟ ଘର, ସମ୍ବଲପୁର ସହରରେ ପ୍ରମୁଖ ସ୍ଥାନ ଗୁଡିକରେ ୮ଟି ଜମି ଯଥା ଧନକଉଡା, ଅଇଁଠାପାଲିରେ ୨ଟି, ବହିଦାର ନୂଆପାଲିରେ ୪ଟି, କାଈଁଶିରରେ ଗୋଟିଏ ଜମି ରହିଛି। ଏଥି ସହ ନଗଦ ୧ ଲକ୍ଷ ୭ ହଜାର ୭୮୫ ଟଙ୍କା, ୨ଟି ଦାମୀ କାର, ୨ଟି ବୁଲେଟ ମୋଟର ସାଇକେଲ ସମେତ ସୁନାଗହଣା ଏବଂ ବ୍ୟାଙ୍କ ଓ ଅନ୍ୟାନ୍ୟ ସ୍ଥାନରେ ଟଙ୍କା ଜମା କରାଯାଇଥିବା କାଗଜପତ୍ର ମିଳିଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ଏହି ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ଜବତ ହୋଇଥିବା ସମସ୍ତ ସାମଗ୍ରୀ ଓ କାଗଜପତ୍ରର ଆକଳନ ବିଭାଗ ପକ୍ଷରୁ କରାଯାଉଥିବାର ଭିଜିଲାନ୍ସ ଜଣାଇଛି। ତେବେ ଏହି ଚଢ଼ଉ ସମୟରେ କ୍ରିପ୍ଟୋ ଜମା ମିଳିବା ତଦନ୍ତକାରୀ ଦଳକୁ ଚକିତ କରିଦେଇଛି।

Comments are closed.