www.samajalive.in
Sunday, December 7, 2025
26.1 C
Bhubaneswar

ପୁଣିଥରେ ଯାଜପୁର ଜିଲା ବିଜେଡି ସଭାପତି ହେଲେ ସରୋଜ ମହାପାତ୍ର

ଯାଜପୁର : ଯାଜପୁର ଜିଲା ବିଜେଡି ସଭାପତି ଭାବେ ସରୋଜ ମହାପାତ୍ର ପୁନଃର୍ବାର ମନୋନୀତ ହୋଇଛନ୍ତି । ଆଜି ସରୋଜଙ୍କ ନାଁ ଘୋଷଣା ହେବା ପରେ ଯାଜପୁର ସର୍କିଟ ହାଉସରେ ସରୋଜଙ୍କୁ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବହୁ ବିଜେଡି କର୍ମୀ ଓ ନେତା ଅଭିନନ୍ଦନ ଜଣାଇଥିଲେ । ଯାଜପୁର ଜିଲାର ୭ଟି ନିିର୍ବାଚନ ମଣ୍ଡଳୀର ଜିଲାପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ ଓ ନେତୃବର୍ଗ ଉପସ୍ଥିତ ରହି ସରୋଜଙ୍କୁ ପୁଂଲ ତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ସରୋଜଙ୍କ ନେତୃତ୍ୱରେ ଗତ ସାଧାରଣ ନିର୍ବାଚନରେ ୭ଟି ବିଧାନସଭା ଓ ଗୋଟିଏ ସାଂସଦ ଆସନରେ ବିଜେଡି ବିପୁଳ ବିଜୟ ହାସଲ କରିଥିଲା। ଏହାର ଜବାବରେ ସରୋଜ ଜିଲାର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ଧନ୍ୟବାଦ ଦେଇଥିଲେ । ଜିଲାର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ମୁଣ୍ଡରେ ପୁନଃର୍ବାର ମୁଖ୍ୟମନ୍ତ୍ରୀ ଦେଇଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏଭଳି ଦାୟିତ୍ୱ ଦେବା ପଂଳରେ ସେ ଆଗାମୀ ଦିନରେ ଅଧିକ ଦାୟିତ୍ୱ ସହିତ କାମ କରିବେ ବୋଲି ସୂଚନା ଦେଇଛନ୍ତି । ଜିଲା ସଭାପତି ଶ୍ରୀ ମହାପାତ୍ର ଛାତ୍ର ଜୀବନରୁ ଦଳୀୟ ସଂଗଠନରେ ନେତୃତ୍ୱ ନେବା ସହିତ ସ୍ୱର୍ଗତ ବିଜୁ ପଟ୍ଟନାୟକ, ଜଗନ୍ନାଥ ମଲ୍ଲିକ ଓ ଅଶୋକ ଦାସଙ୍କ ଅନୁଗାମୀ ଥିଲେ । ଛାତ୍ର ଜୀବନରେ ମଧ୍ୟ ସାଧୁଗୌରେଶ୍ୱର କଲେଜ ଛାତ୍ର ସଂସଦର ନେତୃତ୍ୱ ନେଇଥିଲେ ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories