www.samajalive.in
Monday, December 15, 2025
27.1 C
Bhubaneswar

ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ

ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି ୧୪୩ତମ ଜନ୍ମଦିନ। ଏହି ମହାନ ଆତ୍ମା, ଭାରତର ପ୍ରଥମ ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଉପ-ପ୍ରଧାନମନ୍ତ୍ରୀ ଥିଲେ।

ତାଙ୍କ ବିଷୟରେ କିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ….
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ୩୧ ଅକ୍ଟୋବର ୧୮୭୫ରେ ଗୁଜୁରାଟରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଥିଲା ଝାବେର୍‍ ଭାଇ ପଟେଲ। ସେ ଜଣେ ଏକ କୃଷକ ଥିଲେ। ତାଙ୍କ ମାତାଙ୍କ ନାମ ଥିଲା ଲାଡ଼ ବାଇ । ସେ ଏକ ଗୃହିଣୀ ଥିଲେ। ସର୍ଦ୍ଦାରଙ୍କର ପାରମ୍ପରିକ ଶିକ୍ଷା ମୁଖ୍ୟତଃ ଘରେ ହୋଇଥିଲା। ପରେ ସେ ଲଣ୍ଡନ ଯାଇ ଓକିଲାତି ପାଠ ପଢିଥିଲେ। ସେଠାରୁ ଫେରିବା ପରେ ସେ ଅହମ୍ମଦାବାଦରେ ଓକିଲାତି କରିଥିଲେ।
ସର୍ଦ୍ଦାର ବାଲ୍ୟକାଳରୁ ଖୁବ୍ ପରିଶ୍ରମୀ ଥିଲେ। ସେ ଚାଷ କାର୍ଯ୍ୟରେ ତାଙ୍କ ପିତାଙ୍କୁ ସାହାଯ୍ୟ କରିବା ସହ ନିଜେ ମଧ୍ୟ ପାଠ ପଢୁଥିଲେ। ସେ ଭାରତର ପ୍ରସିଦ୍ଧ ସ୍ୱତନ୍ତ୍ରତା ସଂଗ୍ରାମର ସେନା ଥିଲେ। ସେ ଦେଶକୁ ସ୍ୱାଧୀନତା ଦେବା ପାଇଁ ବିଭିନ୍ନ ଆନ୍ଦୋଳନରେ ଯୋଗ ଦେଇଥିଲେ। ଗାନ୍ଧିଜୀଙ୍କର ପଟେଲଙ୍କ କ୍ଷମତା ଉପରେ ସଂପୂର୍ଣ୍ଣ ବିଶ୍ୱାସ ରହିଥିଲା ଏବଂ ସେ କୌଣସି କାର୍ଯ୍ୟ କରିବା ପୂର୍ବରୁ ତାଙ୍କ ପରାମର୍ଶ ନେଉଥିଲେ। ଭାରତର ଏକତାରେ ପଟେଲଙ୍କର ଯୋଗଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା। ତେଣୁ ତାଙ୍କୁ ଭାରତର ଲୌହ ପୁରୁଷ କୁହାଯାଏ। ୧୫ ଡ଼ିସେମ୍ବର ୧୯୫୦ ମସିହାରେ ସେ ପରଲୋକ ଗମନ କରିଥିଲେ । ନିଜର ମହାନ କାର୍ଯ୍ୟ ଏବଂ ଅଖଣ୍ଡ ଭାରତର ନିର୍ମାଣ ପାଇଁ ତାଙ୍କ ନାମ ସର୍ବଦା ଚିରସ୍ମରଣୀୟ ହୋଇ ରହିବ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories