କେରଳ କଲେଜରେ ସରସ୍ୱତୀ ପୂଜା ଆୟୋଜନ ଉପରେ ରୋକ୍
ନୂଆଦିଲ୍ଲୀ : କେରଳ ଅଲାପ୍ପୁଜା ଜିଲାର କୋଚିନ୍ ୟୁନଭରସିଟି କଲେଜ ଅଫ ଇଂଜିନିୟରିଂ ପକ୍ଷରୁ ସରସ୍ୱତୀ ପୂଜା ଆୟୋଜନ ଉପରେ ରୋକ ଲାଗାଯାଇଛି। କଲେଜ ଧର୍ମନିରପେକ୍ଷ ଅନୁଷ୍ଠାନ ହୋଇଥିବାରୁ ଏଠାରେ ସରସ୍ୱତୀ ପୂଜା ଭଳି କୌଣସି ଧାର୍ମିକ କାର୍ଯ୍ୟ ହୋଇପାରିବ ନାହିଁ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।
ପେବୃଆରୀ ୧ରେ କୋଚିନ୍ ୟୁନଭରସିଟି ଅଫ ସାଇଟନ୍ସ ଆଣ୍ଡ ଟେକ୍ନୋଲୋଜି ଜଏଣ୍ଟ ରେଜିଷ୍ଟ୍ରାର ପକ୍ଷରୁ ଜାରି ନୋଟିସ୍ରେ ଉଲ୍ଲେଖ କରାଯାଇଛଇ ଯେ ଛାତ୍ରଛାତ୍ରୀମାନେ ସରସ୍ୱତୀ ପୂଜା ଆୟୋଜନ ପାଇଁ କରିଥିବା ଆବେଦନକୁ କୂଳପତୀ ଖାରଜ କରିଦେଇଛନ୍ତି। କଲେଜ ସମ୍ପୂର୍ଣ୍ଣ ଧର୍ମନିରପେକ୍ଷ ତେଣୁ କଲେଜ ପରିସରରେ ଏଭଳି କୌଣସି ଧାର୍ମିକ କାର୍ଯ୍ୟର ଆୟୋଜନ ଏବଂ ଗିତିବିଧି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଏଥିରେ ଦର୍ଶାଯାଇଛି।
ପ୍ରକାଶଯ୍ୟୋ ଯେ କଲେଜରେ ଗୋ-ମାଂସ ବାଣ୍ଟିବାକୁ ନେଇ ଗତବର୍ଷ ଜାନୁଆରୀ ୨୫ରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହାପରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିଲା। ଏହି କଲେଜରେ ପଢୁଥିବା ଉତ୍ତର ଭାରତ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଛି।