ସରଣ୍ଡା ବିଦ୍ୟାପୀଠ ତମାଖୁମୁକ୍ତ ବିଦ୍ୟାଳୟ ଘୋଷଣା

ବାଙ୍କୀ: ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବୁଧବାର ସକାଳେ ସ୍ଥାନୀୟ ସରଣ୍ଡା ବିଦ୍ୟାପୀଠକୁ ତମାଖୁ ମୁକ୍ତ ବିଦ୍ୟାଳୟ ଭାବରେ ଘୋଷଣା କରାଯାଇ ଉପଯୁକ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସକାଳେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁ, ସ୍ୱାସ୍ଥ୍ୟ ପରିଦର୍ଶକ ମାନଭଞ୍ଜନ ଦଳେଇ ଉପସ୍ଥିତ ରହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେଫାଳିକା ଦାସଙ୍କୁ ସ୍ୱତନ୍ତ୍ର ଭାବରେ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଛନ୍ତି। ସେହିପରି ଏହି ବିଦ୍ୟାସଳୟର ଜଣେ ଛାତ୍ରଙ୍କୁ ତମାଖୁ ମୁକ୍ତ ମନିଟର ଭାବରେ ଅନୁରୂପ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

prayash

ସୂଚନାଯୋଗ୍ୟ ଯେ, ସରଣ୍ଡା ବିଦ୍ୟାପୀଠ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ, ପରିମଳ, ପରିବେଶ ସହିତ ବିଭିନ୍ନ ଜନସଚେତନ ଧର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇ ସରଣ୍ଡା ଅଞ୍ଚଳରେ ଜନଜାଗରଣ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ଜନସାଧାରଣ କିଭଳି ଭାବରେ ତମାଖୁ ସେବନ ନକରି ସୁସ୍ଥ ଜୀବନ ଜାପନ କରିପାରିବେ ସେ ଦିଗରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କର ସହଯୋଗ ବହୁ ଆଗରେ। ଏଥିପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଅମରେଶ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦଦାନ କରାଯାଇଛି। ବରିଷ୍ଠ ଶିକ୍ଷକ ଶିବପ୍ରସାଦ ପାଇକରାୟ, ସଚ୍ଚିଦାନନ୍ଦ ସାହୁ, ଗଜେନ୍ଦ୍ର କୁମାର ସାହୁ, ପ୍ରୀତିମିତା ବେଉରା, ରଣସିଂ ନାୟକ, ମନୋଜ କୁମାର ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥି ଉତ୍ସବରେ ଉପସ୍ଥିତ ଥିଲେ।

kalyan agarbati

Comments are closed.