ସ୍ବାସ୍ଥ୍ୟ ପାଇଁ ସେପଟା
ସେପଟା ସ୍ବାସ୍ଥ୍ୟ ପାଇଁ ଉତ୍ତମ ଫଳ ଅଟେ। ଏହା ଶରୀରକୁ ସୁସ୍ଥ ରଖିଥାଏ। ଏହା ଅଗ୍ନାଶୟକୁ ମଜଭୂତ କରିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ଏଥିରେ ଭିଟାମିନ-ସି ଥିବାରୁ ରୋଗ ସଂକ୍ରମଣରୁ ଏହା ରକ୍ଷା କରିଥାଏ। ଏହାସହ ସେପଟାରେ ଫାଇବର ଗୁଣ ରହିଛି ଏହାକୁ ଖାଇବା ଦ୍ବାରା ଖାଦ୍ୟ ସଠିକ ଭାବେ ହଜମ ହୋଇଥାଏ। ଏହାଦ୍ବାରା ଖାଦ୍ୟନଳୀ ସୁସ୍ଥ ମଧ୍ୟ ରହିଥାଏ।
ସେପଟାକୁ ନିୟମିତ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ପେଟ ଜନିତ ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତ ପାଇବା ପାଇଁ ସେପଟା ଏକ ଉତ୍ତମ ଫଳ। ଏହାକୁ ଖାଇଲେ ଛାତିରେ ଜମି ଥିବା କଫ ବାହାରି ଯାଏ।
ସେପଟାରେ କ୍ୟାଲସିୟମ, ଫସଫରସ, ଆଇରନ ଓ ମିନେରାଲସ ରହିଛି। ଏହାସହ ଭିଟାମିନ-ଏ, ସି ଓ ଇ ମଧ୍ୟ ରହିଛି। ଏହାକୁ ଖାଇବା ଦ୍ବାରା ମୁହଁ କୋମଳ ଓ ଆକର୍ଷଣୀୟ ଦେଖାଯାଇଥାଏ।
ଏହାସହ କେଶ ଝଡିବାରୁ ମଧ୍ୟ ମୁକ୍ତି ମିଳିଥାଏ।