www.samajalive.in
Saturday, December 6, 2025
17.1 C
Bhubaneswar

ଜାଣନ୍ତୁ ସନ୍ତୋଷୀ ମା’ଙ୍କ ପୂଜାର ନିୟମ ଓ ବିଧି

ଶୁକ୍ରବାର ଦିନ ଦେବୀଙ୍କ ପୂଜା କରିବାର ବିଧାନ ରହିଛି। ସେହି ଦେବୀମାନଙ୍କ ମଧ୍ୟରେ ମା’ ସନ୍ତୋଷୀ ଏକ ସ୍ୱରୂପ ଅଟନ୍ତି। ଜାଣନ୍ତୁ ମା’ଙ୍କ ବ୍ରତ ପୂଜାର ବିଶେଷ ବିଧାନ ଓ ପାଆନ୍ତୁ ଆଶୀର୍ବାଦ ….
ମା’ଙ୍କ ପୂଜାର ମହତ୍ତ୍ୱ-
ମାନ୍ୟତା ରହିଛି ଯେ, ଶୁକ୍ରବାର ଦିନ ମା’ ସନ୍ତୋଷୀଙ୍କ ବ୍ରତ କରିବା ଦ୍ୱାରା ମନୋକାମନା ପୂରଣ ହୋଇଥାଏ। ଏହା ସହ ଶାନ୍ତି ମଧ୍ୟ ପ୍ରାପ୍ତି ହୋଇଥାଏ। ତେଣୁ ମା’ଙ୍କ ନାମ ସନ୍ତୋଷୀ। ମା’ ନିଜ ଭକ୍ତଙ୍କ ଦୁଃଖ ,କଷ୍ଟ ଓ ଦୁର୍ଭାଗ୍ୟକୁ ଦୂର କରି ସୁଖସମୃଦ୍ଧି ପ୍ରଦାନ କରିଥାଆନ୍ତି। ୧୬ଟି ଶୁକ୍ରବାର ପର୍ଯ୍ୟନ୍ତ ମା’ଙ୍କ ବ୍ରତ କରିବା ଦ୍ୱାରା ଭକ୍ତଙ୍କ ସମସ୍ତ କଷ୍ଟ ଦୂର ହୋଇଥାଏ ବୋଲି କୁହାଯାଏ। ଏହି ବ୍ରତରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଉଛି ଏହାର ବିଧାନ। ଜାଣନ୍ତୁ ଏହାର ବିଧି ବିଷୟରେ –
ପୂଜାର ବିଧାନ –
ଶୁକ୍ରବାର ଦିନ ସୂର୍ଯ୍ୟାଦୟ ପୂର୍ବରୁ ଉଠି ଘରର ସଫା କରି ସ୍ନାନ କରନ୍ତୁ। ଏହା ପରେ ନିଜ ପୂଜା ଘରେ ମା’ଙ୍କର ଫଟୋ ସ୍ଥାପନ କରନ୍ତୁ। ପୂଜା କରିବା ସ୍ଥାନରେ ପୂଜାର ସାମଗ୍ରୀ ଓ ଏକ ସ୍ୱଚ୍ଛ ପାତ୍ରରେ ଜଳ ରଖନ୍ତୁ। ଅନ୍ୟ ଏକ ଜଳ ପାତ୍ରରେ ଗୁଡ଼ ଓ ଚଣା ଭର୍ତ୍ତି କରି ରଖନ୍ତୁ। ଏବେ ମା’ଙ୍କ ଫଟୋରେ ଜଳ ଅର୍ପଣ କରି ସିନ୍ଦୂର, ବସ୍ତ୍ର, ଗୁଡ଼ ଓ ଚଣା ଭୋଗ ଭାବେ ଅର୍ପଣ କରନ୍ତୁ। ଏହା ପରେ ବ୍ରତ କଥା ପାଠ କରନ୍ତୁ ଅଥବା ଶୁଣନ୍ତୁ। ଏହା ପରେ ଆଳତୀ କରନ୍ତୁ। ଆଳତୀ କରିବା ପରେ ଭୋଗକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ। ଏପରି ଭାବେ ୧୬ଟି ଶୁକ୍ରବାର ବ୍ରତ ରଖି ଶେଷ ଦିନ ଉଦ୍ଜାପନ କରନ୍ତୁ।
ଏହି କଥା ପ୍ରତି ଧ୍ୟାନ ରଖନ୍ତୁ –
ବ୍ରତ ଉଦ୍ଜାପନ କରିବା ଦିନ ମଧ୍ୟ ମା’ଙ୍କୁ ବିଧିରେ ପୂଜା କରନ୍ତୁ। ୮ଟି କନ୍ୟାଙ୍କୁ ଖିରୀ ଓ ପୁରୀ ଖାଇବାକୁ ଦିଅନ୍ତୁ। ଏହା ପରେ ସେମାନଙ୍କୁ ଦକ୍ଷିଣା ଓ କଦଳୀ ଦାନ କରନ୍ତୁ। ଏହା ପରେ ନିଜେ ଭୋଜନ ଗ୍ରହଣ କରନ୍ତୁ। ଶୁକ୍ରବାର ବ୍ରତ କରିବା ବେଳେ କୌଣସି ପ୍ରକାରର ଖଟା ଦ୍ରବ୍ୟକୁ ସ୍ପର୍ଶ କରିବା କିମ୍ବା ଖାଇବା ଉଚିତ ନୁହେଁ। ନିଜେ ଶୁକ୍ରବାର ଦିନ ଗୁଡ଼ ଓ ଚଣାର ପ୍ରସାଦ ଖାଆନ୍ତୁ। ଯେଉଁମାନଙ୍କୁ ଭୋଗ ଦେଉଛନ୍ତି ସେମାନେ ମଧ୍ୟ ଖଟା ଦ୍ରବ୍ୟ ଖାଇବା ଉଚିତ ନୁହେଁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories