ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ପକ୍ଷରୁ ଭୁବନେଶ୍ୱର ଝାରପଡ଼ା ଜେଲରେ ଆନ୍ତର୍ଜାତିକ ମହିଳା ଦିବସ ମାର୍ଚ୍ଚ ୮ରେ ପାଳିତ ହୋଇଯାଇଛି। ଝାରପଡ଼ା ଜେଲର ମହିଳା ଅନ୍ତେବାସୀଙ୍କ ମଧ୍ୟରେ ପରିସ୍କାର ଓ ପରିଚ୍ଛନ୍ନତାକୁ ପ୍ରାଧ୍ୟାନ୍ୟ ଦେବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ଝାରପଡ଼ା ଜେଲ କାରାପାଳ ସନ୍ତୋଷିନୀ ଦାଶଙ୍କ ଉପସ୍ଥିତିରେ ଉତ୍କଳ ବିଶ୍ୱବିଦ୍ୟାଳୟର ରୁସା ସଂଯୋଜକ ପ୍ରଫେସର ପି.କେ.ହୋତା, ପ୍ରୋଗ୍ରାମ ମ୍ୟାନେଜର(ଜେଣ୍ଡର) ଲିଜା ସ୍ୱାଇଁ, ଉତ୍କଳ ଏଣ୍ଟରପ୍ରିନରସିପ ଆଣ୍ଡ କ୍ୟାରିୟର ହବ(ୟୁଇସିଏଚ) ନିର୍ଦେଶକ ପ୍ରଫେସର ଏ.ଏ.ଖାନ ପ୍ରମୁଖ ମହିଳା ଅନ୍ତେବାସୀଙ୍କୁ ସାନିଟାରି ନାପକିନ ବଣ୍ଟନ କରିଥିଲେ। ଝାରପଡ଼ା ଜେଲର ମହିଳା ଅନ୍ତେବାସୀଙ୍କୁ ସାନିଟାରି ନାପକିନ ବଣ୍ଟନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କୁ ପ୍ରଶଂସା କରାଯାଇଛି।
Popular Categories



