www.samajalive.in
Monday, December 15, 2025
17.1 C
Bhubaneswar

ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାଟଫର୍ମ ‘ହର-ସର୍କଲ୍‍’ର ହିନ୍ଦୀ ଆପ୍‌ ଶୁଭାରମ୍ଭ କଲେ ନୀତା ଅମ୍ବାନି

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ‘ହର-ସର୍କଲ୍‍’ର ହିନ୍ଦୀ ଆପ୍‍କୁ ଉନ୍ମୋଚନ କରିଛନ୍ତି। ହର-ସର୍କଲ୍‍ ହେଉଛି ମହିଳାମାନଙ୍କ ପାଇଁ ଏକ ବିଶିଷ୍ଟ ପ୍ଲାଟଫର୍ମ, ଯାହା ମହିଳାମାନଙ୍କ ସଶକ୍ତୀକରଣ ପାଇଁ କାର୍ଯ୍ୟ କରୁଛି। ବର୍ଷକ ପୂର୍ବରୁ ଉନ୍ମୋଚନ କରାଯାଇଥିବା ଏହି ପ୍ଲାଟଫର୍ମ ଏହାର ପ୍ରଥମ ବର୍ଷରେ ୪ କୋଟି ୨୦ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିପାରିଛି। ଏହା ହେଉଛି ଭାରତରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସବୁଠୁ ଦ୍ରୁତତମ ଡିଜିଟାଲ ପ୍ଲାଟଫର୍ମ।

‘ହର-ସର୍କଲ୍‍’ ହିନ୍ଦୀ ଆପ୍‍ର ଉନ୍ମୋଚନ ଅବସରରେ ନୀତା ଅମ୍ବାନି କହିଛନ୍ତି ଯେ, “ଯେକୌଣସି ଅଞ୍ଚଳ ଓ ଭାଷାର ମହିଳାମାନଙ୍କ ଲାଗି ହର-ସର୍କଲ୍‍ ହେଉଛି ଏକ ଉଦୀୟମାନ ପ୍ଲାଟଫର୍ମ। ମୁଁ ଚାହୁଛି ଆମର ଲୋକପ୍ରିୟତା ଓ ସମର୍ଥନ ବିନା କୌଣସି ପ୍ରତିବନ୍ଧକରେ ଆଗକୁ ବଢ଼ିବା ଜାରି ରହୁ। ଅଧିକରୁ ଅଧିକ ମହିଳାମାନଙ୍କ ନିକଟରେ ଏବଂ ସେମାନଙ୍କ ପାଇଁ ସହଜ ଭାଷାରେ ପହଞ୍ଚାଇବା ପାଇଁ ଆମେ ହର-ସର୍କଲ୍‍କୁ ହିନ୍ଦୀ ଭାଷାରେ ଉନ୍ମୋଚନ କରିଛୁ। ମୁଁ ଆଶା କରୁଛି ଯେ ବର୍ତମାନ ସୁଦ୍ଧା ଇଂରାଜୀ ପ୍ଲାଟଫର୍ମକୁ ଯେତିକି ଭଲ ପାଇବା ମିଳିଛି ହିନ୍ଦୀ ପ୍ଲାଟଫର୍ମରେ ମଧ୍ୟ ତାହା ମିଳିବ।’’

- Advertisement -

ହର-ସର୍କଲ୍‍ ଡିଜିଟାଲ୍‍ ନେଟ୍‍ୱର୍କ ହଜାର ହଜାର ମହିଳାମାନଙ୍କ ପାଇଁ ସଠିକ୍‍ କ୍ୟାରିୟର ଓ ସୁଯୋଗ ସୃଷ୍ଟି କରିଛି। ପେସାଦାର ମେକଅପ୍‍ ଆର୍ଟିଷ୍ଟ, ଫୁଡ ଷ୍ଟାଇଲିଷ୍ଟ, ଫିଟନେସ୍‍ ଟ୍ରେନର, ଡଗ୍‍ ଟ୍ରେନର, ରେଡିଓ ଜକି ଭଳି କ୍ୟାରିୟର ବିଷୟରେ ଏଥିରେ ବହୁତ ଭଲ ବିବରଣୀ ଉପଲବ୍ଧ ରହିଛି। ହର-ସର୍କଲ୍‍ ନେଟୱର୍କକୁ ୩୦,୦୦୦ ପଂଜୀକୃତ ଉଦ୍ୟୋଗୀଙ୍କ ସମର୍ଥନ ମଧ୍ୟ ମିଳିଛି। ନେଟୱର୍କ ସହ ଯୋଡ଼ି ହୋଇ ରହିଥିବା ମହିଳାମାନେ ସାର ଏଚ୍‍ଏନ୍‍ ରିଲାଏନ୍ସ ହସ୍ପିଟାଲ୍‍ର ଚିକିତ୍ସା ଓ ବିଶେଷଜ୍ଞଙ୍କଠାରୁ ମାନସିକ ସ୍ୱାସ୍ଥ୍ୟ, ଶାରିରୀକ ଫିଟନେସ୍‍ ଓ ଚର୍ମର ଦେଖାଶୁଣା ଓ ସ୍ତ୍ରୀ ରୋଗ ସମ୍ପର୍କିତ ପରାମର୍ଶ ନେଇପାରିବେ। ଏହି ସେବା ଦ୍ୱାରା ହଜାର ହଜାର ମହିଳା ଉପକୃତ ହୋଇଛନ୍ତି। ଫିଟନେସ୍‍ ଓ ପୁଷ୍ଟି, ଋତୁସ୍ରାବ, ପ୍ରଜନନ କ୍ଷମତା, ଗର୍ଭାବସ୍ଥା ସହିତ ବିତ୍ତୀୟ ଆବଶ୍ୟକତା ପାଇଁ ପର୍ସନାଲାଇଜ୍‌ଡ ଟ୍ରାକରକୁ ୧.୫୦ ଲକ୍ଷ ଲୋକ ବ୍ୟବହାର କରିଛନ୍ତି।

ଏଥିରେ ବିନା କୌଣସି ସଙ୍କୋଚରେ ମହିଳାମାନେ ବାନ୍ଧବୀ ଓ ବିଶେଷଜ୍ଞଙ୍କୁ ପ୍ରଶ୍ନ କରିପାରୁଛନ୍ତି। ହର-ସର୍କଲରେ ମହିଳାମାନଙ୍କ ପାଇଁ ଏକ ଗୋପନୀୟ ଚାଟ୍‍ ରୁମ୍‍ ରହିଛି ଯେଉଁଥିରେ ସେମାନେ ଅତ୍ୟନ୍ତ ବ୍ୟକ୍ତିଗତ ପ୍ରଶ୍ନ କରିପାରିବେ ଓ ଉତ୍ତର ପାଇପାରିବେ। ଏହି ପ୍ଲାଟଫର୍ମରେ ରିଲାଏନ୍ସର ସ୍ୱାସ୍ଥ୍ୟ, ୱେଲ୍‍ନେସ୍‍, ଶିକ୍ଷା, ଉଦ୍ୟମିତା, ଫାଇନାନ୍ସ ଓ ନେତୃତ୍ୱ ବିଶେଷଜ୍ଞମାନେ ଉତ୍ତର ଦେଉଛନ୍ତି। ଏହି ପ୍ଲାଟଫର୍ମ ଦ୍ବାରା ବିଭିନ୍ନ ଡିଜିଟାଲ୍‍ ପାଠ୍ୟକ୍ରମକୁ ମଧ୍ୟ ହାସଲ କରାଯାଇପାରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories