www.samajalive.in
Sunday, December 14, 2025
26.1 C
Bhubaneswar

ମହିଳା ଦିବସରେ କୋଭିଡ ସଚେତନତା, ସମସ୍ତେ ମାସ୍କ ପିନ୍ଧନ୍ତୁ ଓ ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ଅବସରରେ ଉତ୍କଳ ବୁଲେଟିନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ଜନସଚେତନତା କାର୍ଯ୍ୟକ୍ରମ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି। ଏହା ଭୁବନେଶ୍ୱରସ୍ଥିତ ବମିଖାଲ ଲେବୁଲ କ୍ରସିଂ ବସ୍ତିଠାରେ ଆୟୋଜିତ ହୋଇଥିଲା। ବସ୍ତିରେ ଥିବା ସମସ୍ତ ଲୋକମାନଙ୍କୁ କୋଭିଡ ଉପରେ ସଚେତନ କରାଇବା ସହିତ ଲୋକମାନଙ୍କୁ ମାସ୍କ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ବର୍ତ୍ତମାନ ପରିସ୍ଥିତିରେ କୋଭିଡ ମହାମାରୀ ସଂପୂର୍ଣ୍ଣ ଭାବେ ପୃଥିବୀରୁ ଯାଇନଥିବାରୁ ଆମେ ଆଗକୁ ଆହୁରି ସଚେତନ ହେବା ଲାଗି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଥିବା ସମସ୍ତ ବସ୍ତିବାସିନ୍ଦାଙ୍କୁ ଟ୍ରଷ୍ଟର କର୍ମଚାରୀ ସଚେତନତାର ବାର୍ତ୍ତା ଦେଇଥିଲେ।

 

- Advertisement -

ସର୍ବଦା ମୁହଁରେ ମାସ୍କ ପିନ୍ଧିବା ଦ୍ୱାରା ବାୟୁମଣ୍ଡଳର ଦୂଷିତ ଧୂଳିକଣା ଆମ ଶରୀର ଭିତରକୁ ସିଧା ସଳଖ ପ୍ରବେଶ କରିପାରିନଥାଏ ଏବଂ କରୋନା ମହାମାରୀ ସହ ଅନ୍ୟ ବାୟୁମଣ୍ଡଳଜନିତ ସଂକ୍ରମଣରୁ ରକ୍ଷା କରାଯାଇପାରିଥାଏ। ସମସ୍ତେ ମାସ୍କ ପିନ୍ଧନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବାର୍ତ୍ତା ଦେବା ସହ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା ଏବଂ ସେମାନଙ୍କ ପରିବାର ଲୋକଙ୍କୁ ସଚେତନ ରଖିବାକୁ ଅତିଥିମାନେ କହିଥିଲେ। ଟ୍ରଷ୍ଟର ସଦସ୍ୟା ତିଳୋତମା ସାହୁ, ଚନ୍ଦନା ମହାନ୍ତି, ପ୍ରିୟଙ୍କା ଲେଙ୍କା, ଇଜି, ଲୁସି କେଇ, ଶ୍ରଦ୍ଧାଳି ମିଶ୍ର, ମୋନାଲିସା ଦାସ, ପୂଜା ବେହେରା, ସଦସ୍ୟ ସଂଜୟ କୁମାର ବେହେରା, ଅଖିଳ ସୁନ୍ଦରାୟ, ଦିଲ୍ଲୀପ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ପ୍ରିୟବ୍ରତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories