www.samajalive.in
Tuesday, December 9, 2025
19.1 C
Bhubaneswar

ଜାଣନ୍ତୁ ; ଜୋତା ,ଚପଲ ଭାଗ୍ୟ ଉପରେ କି ପ୍ରଭାବ ପକାଏ

ବ୍ୟକ୍ତିର ପରିଚୟ ତା ପୋଷାକ ଓ ଜୋତା, ଚପଲରୁ ଜଣାପଡିଥାଏ ବୋଲି କୁହାଯାଏ, ଏଥିରେ ବ୍ୟକ୍ତିର ବିଶେଷତ୍ୱ ରହିଛି ବୋଲି ମଧ୍ୟ ମାନ୍ୟତା ରହିଛି। ମାତ୍ର ଯେକେହି ଉତ୍ତମ ପୋଷାକ ପିନ୍ଧିଲେ ମଧ୍ୟ ଜୋତା ଭଲ ନଥିଲେ ତା’କୁ ଅଧିକ ଗୁରୁତ୍ୱ ମିଳିନଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମନୁଷ୍ୟଙ୍କ ଭାଗ୍ୟ ଉପରେ ମଧ୍ୟ ଜୋତା ଚପଲ ପ୍ରଭାବ ପକାଇଥାଏ। ଜାଣନ୍ତୁ ଏହା ବିଷୟରେ….
– କେବେ ମଧ୍ୟ ଉପହାରରେ ମିଳିଥିବା ଜୋତା ପିନ୍ଧିବା ଉଚିତ ନୁହେଁ। ଏହାଦ୍ୱାରା ଶନିଦେବଙ୍କ କ୍ରୋଧ ସହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। କାହାରିକୁ ମଧ୍ୟ ଉପହାରରେ ଜୋତା ଦେବା ଉଚିତ ନୁହେଁ କିମ୍ବା ନେବା ମଧ୍ୟ ଉଚିତ ନୁହେଁ।
– ଚୋରି କରିଥିବା ଜୋତା କେବେ ମଧ୍ୟ ପିନ୍ଧନ୍ତୁ ନାହିଁ। ଅନେକ ସମୟରେ ମନ୍ଦିର ଓ ଅନ୍ୟ ସ୍ଥାନରୁ ଜୋତା ଚୋରି ହୋଇଥାଏ। ଚୋରି ଜୋତା ପିନ୍ଧିବା ଦ୍ୱାରା ସ୍ଥାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେବା ସହ ଧନର ନାଶ ହୋଇଥାଏ।
– ଫାଟିଥିବା ଅଥବା ଛିଣ୍ଡିଥିବା ଜୋତା ପିନ୍ଧି କର୍ମକ୍ଷେତ୍ରକୁ ଯାଆନ୍ତୁ ନାହିଁ। ଏହାଦ୍ୱାରା ଅସଫଳତା ମିଳିଥାଏ।
– ମାଟିଆ ରଙ୍ଗର ଜୋତା ପିନ୍ଧି କର୍ମକ୍ଷେତ୍ରକୁ ଯିବା ଦ୍ୱାରା ବାଧା ସୃଷ୍ଟି ହୋଇଥାଏ।
– ଚିକିତ୍ସା ଓ ଲୁହା ସହ ସମ୍ବନ୍ଧ ବ୍ୟକ୍ତିଙ୍କୁ ଧଳା ଜୋତା ପିନ୍ଧିବା ଉଚିତ ନୁହେଁ।
– ଜଳ ଓ ଆୟୁର୍ବେଦ ସହ ସମ୍ବନ୍ଧିତ ବ୍ୟକ୍ତିଙ୍କୁ ନୀଳ ରଙ୍ଗର ଜୋତା ପିନ୍ଧିବା ଉଚିତ ନୁହେଁ।
– କଫି ରଙ୍ଗ ଅଥବା ଗାଢମାଟିଆ ରଙ୍ଗର ଜୋତା ବ୍ୟାଙ୍କ କର୍ମଚାରୀ ଓ ଅଧ୍ୟୟନ ବ୍ୟକ୍ତିଙ୍କୁ ପିନ୍ଧିବା ଉଚିତ ନୁହେଁ। ସମସ୍ୟା ଲାଗି ରହିଥାଏ।
– ଜୋତା,ଚପଲକୁ ସର୍ବଦା ସଫା ଓ ଚମକୁ ଥିବା ପିନ୍ଧିବା ଆବଶ୍ୟକ। ଏହା ଆପଣ ବ୍ୟକ୍ତିତ୍ୱ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
– ଶୟନ କକ୍ଷରେ ଜୋତା ,ଚପଲ ଆଦୌ ରଖନ୍ତୁ ନାହିଁ। ଏହାର କୁପ୍ରଭାବ ଦମ୍ପତିଙ୍କ ଉପରେ ପଡିଥାଏ।
– ଯେଉଁବ୍ୟକ୍ତିମାନେ ବାହାରୁ ଆସି ନିଜ ଜୋତା, ଚପଲ ଏଣେତେଣେ ପକାନ୍ତି, ତାଙ୍କର ଶତ୍ରୁ ସମସ୍ୟା ଲାଗି ରହିଥାଏ, କାର୍ଯ୍ୟରେ ସଫଳତା ମିଳିପାରି ନଥାଏ।
– ଜୋତା ପିନ୍ଧି ଭୋଜନ କରିବା ଉଚିତ ନୁହେଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
– ଘରେ ଜୋତା ଚପଲକୁ ସ୍ୱତନ୍ତ୍ର ସ୍ଥାନରେ ରଖନ୍ତୁ। ଏଣେତେଣେ ପକାନ୍ତୁ ନାହିଁ। ଘରର ରୋଷଇ ଘରକୁ ଓ ଠାକୁର ଘରକୁ ଚପଲ ପିନ୍ଧି ଯାଆନ୍ତୁ ନାହିଁ।
– ଖାଦ୍ୟ ପରଷିବା ସମୟରେ ଜୋତା ପିନ୍ଧନ୍ତୁ ନାହିଁ।
– ଘରର ମୁଖ୍ୟ ଦ୍ୱାରା ସମ୍ମୁଖରେ ଜୋତା ଷ୍ଟାଣ୍ଡ ତିଆରି କରନ୍ତୁ ନାହିଁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories