www.samajalive.in
Monday, December 15, 2025
17.1 C
Bhubaneswar

ଇଛାଶକ୍ତି ଆଗରେ ହାରମାନିଛି ଦାରିଦ୍ର୍ୟ ; ସିଙ୍ଗଡା ବିକାଳିରୁ ହାସଲ କଲେ ବଡ଼ ସଫଳତା…

ଝାରସୁଗୁଡ଼ା : ଦୃଢ଼ ଇଛାଶକ୍ତି ଆଗରେ ସମସ୍ତ ପ୍ରତିବନ୍ଧକ ହାର ମାନିଥାଏ।  ଝାରସୁଗୁଡ଼ାର ଜଣେ୨୭ ବର୍ଷ ବୟସ୍କ ଯୁବକ ଶଶିକାନ୍ତ ଶର୍ମା ଏହା ପ୍ରମାଣିତ କରି ଦେଖାଇଛନ୍ତି। ସାଧାରଣ ସିଙ୍ଗଡା ବିକାଳିରୁ ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିଛନ୍ତି । ଆର୍ଥିକ ଅନାଟନ ମଧ୍ୟ​ରେ ଗତିକରି ସେ ନିଜ ପରିବାରର ଜଳଖିଆ ଦେକାନରେ କାର୍ଯ୍ୟ କରିବା ସହ ପାଠ ପଢି ଏହି ସଫଳତା ହାସଲ କରିପାରିଛନ୍ତି । ଯୁକ୍ତ ୨ ପରେ ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ପଡିବାକୁ ସ୍ଥିର କରିଥିଲେ। ପାର୍ଟ ଟାଇମ ଚାକିର କରିବା ସହ ଦୋକାନରେ ନିଜ ଭାଇଙ୍କୁ ସାହାଯ୍ୟ କରି ସେ ଆଜି ସଫଳତାର ଶିଖରରେ ପହଞ୍ଚିଛନ୍ତି।

ଶଶିକାନ୍ତଙ୍କ ଭାଇ ପରିବାର ଚଳାଇବା ପାଇଁ ଏକ ଜଳଖିଆ (ସିଙ୍ଗଡ଼ା) ଦୋକାନ କରିଥିଲେ । ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ନିଜ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ଘରେ ସିଙ୍ଗଡା ତିଆରି କରନ୍ତି, ଦୋକାନରେ କାମ କରନ୍ତି ବିଭିନ୍ନ ସ୍ଥାନରେ ପାର୍ଶଲ ପହଞ୍ଚାନ୍ତି । ବଡ଼ ଭାଇ ମନୋଜଙ୍କ ସହ ସେ ଦିନବେଳା  ଦୋକାନରେ କାମ କରନ୍ତି । ରାତିରେ ପାଠ ପଢିଥାନ୍ତି । ପରିବାରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ୮ଟି ବିଷୟରେ କୋଚିଂ ନେଇ ନ ପାରି କେବଳ ମାତ୍ର ୪ଟି ବିଷୟରେ କୋଚିଂ ନେଇ ପରୀକ୍ଷା ଦେଇଥିଲେ।  ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷାରେ ସଫଳ  ହେବା ପରେ ତାଙ୍କ ପରିବାର ଲୋକେ ବହୁତ ଖୁସିହେବା ସହ କହିଛନ୍ତି ଶଶିକାନ୍ତଙ୍କ ସ୍ୱପ୍ନ ନୁହେଁ ଆମର ସବୁ ସ୍ୱପ୍ନ ସାକାର ହୋଇଯାଇଛି । ଏହି ସଫଳତାପରେ ସେ ପାଠ ବଡିଥିବା ଝାରସୁଗୁଡା ଟାଉନ ହାଇସ୍କୁଲ ସ୍କୁଲ ଶିକ୍ଷୟତ୍ରୀ ତାଙ୍କୁ ଶୁଭେଛେ ଜଣାଇବାସହ କହିଛନ୍ତି ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ କମୁଥିବା ବେଳେ ଶଶିକାନ୍ତ ଉଦାହରଣ ପାଲଟିଛନ୍ତି। । ଶଶିକାନ୍ତ ନିଜର ସଫଳତାର ଶ୍ରେୟ ତାଙ୍କ ଗୁରୁ ଓ ପରିବାର ଲୋକଙ୍କୁ ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories