ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳ ବଦଳ କରାଯାଇଛି। ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ ଉନ୍ନୟନ ସଚିବ ସହିତ ସ୍ବତନ୍ତ୍ର ରିଲିଫ କମିସନର ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି। ସେହିପରି ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବାର ବିଭାଗ ସଚିବ ଭାବେ ନିଯୁକ୍ତି ମିଳିଛି। ସଞ୍ଜିବ ଚୋପ୍ରାଙ୍କୁ ଗୃହ ବିଭାଗ ସଚିବ ଦାୟିତ୍ଵ ମଳିବା ସହ ଜିଏ ବିଭାଗର ସଚିବ ଦାୟିତ୍ଵ ମିଳିଛି। ସୌରଭ ଗର୍ଗଙ୍କୁ ଗ୍ରୀଡ଼କୋ, ଓପିଟିସିଏଲ ସିଏମଡ଼ି ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ହେମନ୍ତ ଶର୍ମା ଶିଳ୍ପ ବିଭାଗର କମିଶନର ତଥା ସଚିବ, ବିଷ୍ଣୁପଦ ସେଠୀ ଶକ୍ତି ବିଭାଗର ସଚିବ, ଚିତ୍ରା ଅରୁମୁଗମ ସ୍କୁଲ ଓ ଗଣଶିକ୍ଷା ସଚିବ, ବିଶାଲ ଗଗନଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ଵ, ଅରବିନ୍ଦ ଅଗ୍ରୱାଲଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି।
Popular Categories



