www.samajalive.in
Monday, December 15, 2025
24.1 C
Bhubaneswar

ସମ୍ବଲପୁରୀ ଦିବସକୁ ସରକାରୀ କ୍ୟାଲେଣ୍ଡରରେ ସ୍ଥାନ ଦେବାକୁ ଅନୁରୋଧ

ସମ୍ବଲପୁର: ଆସନ୍ତା ଅଗଷ୍ଟ ୧ରେ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅବସରରେ ସମ୍ବଲପୁରରେ ହେବାକୁ ଥିବା ରାଜ୍ୟସ୍ତରୀୟ  ସମ୍ବଲପୁରୀ ଦିବସ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ନିମନ୍ତ୍ରଣ କରାଯାଇଛି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସଚିବାଳୟସ୍ଥିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ସାକ୍ଷାତ କରି ସମ୍ବଲପୁରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ  ସମ୍ବଲପୁରୀ ଦିବସରେ ଅତିଥି ଭାବେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିଲା । ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପ୍ରଚାର ପ୍ରସାର ଦିଗରେ ବହିଦାରଙ୍କ ଅବଦାନ ବିଷୟରେ ଅବଗତ କରାଯାଇଥିଲା । ତାଙ୍କ ସ୍ମୃତିରେ ଗୁରୁଶ୍ରୀ ସତ୍ୟ ନାରାୟଣ ଉଦ୍ୟାନରେ ଗୁରୁଶ୍ରୀ ସତ୍ୟ ନାରାୟଣ ସମ୍ବଲପୁରୀ ଐତିହ୍ୟ କେନ୍ଦ୍ର ନିର୍ମାଣ କରିବା ଏବଂ ଏହି ଦିବସକୁ କ୍ୟାଲେଣ୍ଡରରେ ସ୍ଥାନ ଦେବାକୁ ଅନୁରୋଧ କରାଯାଇଥିଲା । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲିର ପୁର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖଙ୍କୁ ଭେଟି ସମ୍ବଲପୁରୀ ଦିବସରେ ଅତିଥି ଭାବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିଲା।

ସୁଚନାଯୋଗ୍ୟ, ଗୁରୁଶ୍ରୀ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ୨୦୧୩ରୁ  ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିବସ ପାଳନ ଆରମ୍ଭ ହୋଇଥିଲା । ବିଗତ ୧୧ ବର୍ଷ ମଧ୍ୟରେ ଦେଶ ଏବଂ ଦେଶ ବାହାରେ ମଧ୍ୟ ସମ୍ବଲପରୀ ଦିବସ ପାଳନ ହୋଇଆସୁଛି । ତେବେ ସମ୍ବଲପୁରରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିବସ ମହା ସମାରୋହରେ ପାଳିତ ହେଉଥିବା ବେଳେ ଚଲିତ ବର୍ଷ ଗୁରୁଶ୍ରୀ ବହିଦାରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାର ଯୋଜନା ରହିଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ ଭବାନୀଶ ଭୋଇ, ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ସଂଗଠନ ସଂଯୋଜକ ସୁବୋଧ କୁମାର ଦୋରା ପ୍ରମୁଖ ଅତିଥିମାନଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories