www.samajalive.in
Monday, December 15, 2025
14.1 C
Bhubaneswar

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭବନର ନୂତନ କାର୍ଯ୍ୟାଳୟ ଉଦଘାଟିତ

ଡେସ୍କ: ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭବନର ନୂତନ କାର୍ଯ୍ୟାଳୟକୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ସେ କହିଛନ୍ତି, ବିକଶିତ ସମ୍ବଲପୁର ଗଠନ ଦିଗରେ ସାମ୍ବାଦିକମାନଙ୍କ ଗୁରୁ ଦାୟିତ୍ୱ ରହିବ।

ଏହି ଅବସରରେ ଶ୍ରୀ ପ୍ରଧାନ ଜିଲ୍ଲା ସାମ୍ବାଦିକ ପ୍ରତିନିଧିଙ୍କ ସହ ସମ୍ବଲପୁର ଜିଲ୍ଲାର ବିକାଶ, ଜନସାଧାରଣଙ୍କ ପ୍ରତି ଥିବା ସାମ୍ବାଦିକଙ୍କ ମୂଳ ଦାୟିତ୍ୱ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସମ୍ବଲପୁରର ଭୂମିକା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିବା ସହ କହିଥିଲେ ସମ୍ବଲପୁରର ସ୍ଥାନ ଦେଶରେ ସ୍ୱତନ୍ତ୍ର। ହଜାର ହଜାର ବର୍ଷ ତଳର ସାଂସ୍କୃତିକ ଭାବଧାରାର ମୂକସାକ୍ଷୀ ସମ୍ବଲପୁର। ନାକଟିଦେଉଳ ପାଖରେ ଭୀମମଣ୍ଡଳୀ ପରି ଐତିହାସିକ ସ୍ଥାନ ଏହି ସହରର ଐତିହ୍ୟ ଓ ଗୁରୁତ୍ୱକୁ ପ୍ରତିପାଦିତ କରୁଛି।

- Advertisement -

ସମ୍ବଲପୁରକୁ ସ୍ୱଚ୍ଛ ରଖିବା ପାଇଁ ଆଜି “ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା” ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ସମସ୍ତେ ସାମିଲ ହେବା ଦରକାର। ଏଠାରେ ଶିକ୍ଷା, କୃଷି, କ୍ରୀଡ଼ା ଆଜି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି। ସମ୍ବଲପୁରର ହୀରାକୁଦ ଡ୍ୟାମ୍ ସମେତ ଅନ୍ୟାନ୍ୟ ପର୍ଯ୍ୟଟନ ଭିତ୍ତିକ ସ୍ଥାନର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ସମ୍ବଲପୁର ବଡ଼ ହେଲେ ହିଁ ଆମ ରାଜ୍ୟ ଏବଂ ଦେଶ ବଡ଼ ହେବ। ବିକଶିତ ସମ୍ବଲପୁର ପାଇଁ ସାମ୍ବାଦିକମାନଙ୍କ ସହ ଆମେ ସମସ୍ତେ ସାମୂହିକ ଉଦ୍ୟମ କରିବା ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories