www.samajalive.in
Saturday, December 13, 2025
26.1 C
Bhubaneswar

ପୁଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍‍

ସମ୍ବଲପୁର: ଏକ ବଡ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ସମ୍ବଲପୁର ପୁଲିସ । ପୁଲିସ ଦ୍ୱାରା ୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ ହୋଇଥିବା ବେଳେ ୫ଲକ୍ଷ ୧୨ହଜାର ଟଙ୍କା, ୪୮୦ଗ୍ରାମ ସୁନା, ୧୪ଟି ମୋବାଇଲ ଓ ୫ଟି ବାଇକ ଜବତ କରାଯାଇଛି । ଏହାସହିତ ଦୁଇଟି ବୋଲେରୋ ଓ ଟ୍ରାକ୍ଟର ଜବତ ହୋଇଥିବା ସୂଚନା ମିଳିଛି । ଜବତ ସାମଗ୍ରୀର ମୂଲ୍ୟ ୭୫ଲକ୍ଷ ଟଙ୍କା ହେବ ବୋଲି ସମ୍ବଲପୁର ଏସପି କହିଛନ୍ତି । ଏହି ଗ୍ୟାଙ୍ଗ୍‍ ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲାରେ ଡକାୟତ କରି ଆତଙ୍କ ଖେଳାଇଥିଲା । ଏମାନଙ୍କ ଟାର୍ଗେଟରେ ରାଇସ୍‍ ମିଲ୍‍, ପେଟ୍ରୋଲ ପମ୍ପ ଓ ଦେଶମଦ ଭାଟି ରହିଥିଲା । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ୨୧ଟି ଅପରାଧିକ ମାମଲା ରହିଛି । ସମସ୍ତଙ୍କ ଘର ସମ୍ବଲପୁର ଜିଲାରେ ବୋଲି ଏସପି ସୂଚନା ଦେଇଛନ୍ତି ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories