ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକରାଲି ସମୟରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ପଥରମାଡ଼ ଅଭିଯୋଗ- ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ସମ୍ବଲପୁର/ଭୁବନେଶ୍ୱର-ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକରାଲି ସମୟରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ପଥରମାଡ଼ ଅଭିଯୋଗ ହୋଇଛି । ସମ୍ବଲପୁର ସହରର ମତିଜୀରା ମସଜିଦ ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

 

ଏଥିରେ ଦୁଇ ଜଣ ପୁଲିସ ଅଧିକାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି । ଦୁଇ ଜଣ ଥାନାଅଧିକାରୀ ଆହତ ହୋଇଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

 

ଆକ୍ରମଣକାରୀମାନେ ଅଟୋରିକ୍ସା ସହ କେତକ କାର ଏବଂ ଗାଡି ଭଙ୍ଗାରୁଜା କରିଛନ୍ତି । ଘଟଣାସ୍ଥଳରେ ୫ ପ୍ଲାଟୁନ୍‌ ପୁଲିସ ବଳ ମୁତୟନ କରାଯାଇଛି ।

Comments are closed.