www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ବଲପୁର ବିଚାର ମଞ୍ଚ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

ସମ୍ବଲପୁର: ଆଜି ହେଉଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ୧୪୪ ତମ ଜନ୍ମ ଜୟନ୍ତୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅନୁଷ୍ଠାନ ଦ୍ୱାରା ତାଙ୍କର ଜନ୍ମ ଜୟନ୍ତୀକୁ ଅଲଗା ଅଲଗା ଭାବରେ ପାଳନ କରାଯାଇଛି। କୋଭିଡ କଟକଣା ଯୋଗୁଁ ରେଲି କିମ୍ବା ବଡ ଧାରଣର କାର୍ଯ୍ୟକ୍ରମ ଆୟୋଜନ ହୋଇପାରି ନାହିଁ। ସମ୍ବଲପୁରରେ ମଧ୍ୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୟନ୍ତୀ ପାଳନ ହୋଇଛି।

ସହରର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ସମ୍ବଲପୁର ବିଚାର ମଞ୍ଚ ପକ୍ଷରୁ ସ୍ଥାନୀୟ ସେନ ପାର୍କ ଠାରେ ତାଙ୍କର ଜୟନ୍ତୀ ପାଳନ କରାଯାଇଛି। ଆଜି ସକାଳେ ମଞ୍ଚର ସଦସ୍ୟ ସଦସ୍ୟାମାନେ ସେନ ପାର୍କ ମଧ୍ୟଭାଗରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ସଫା କରିଥିଲେ। ପରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଦୀପ ଧୂପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମଞ୍ଚର ଆବାହକ ବେଣୁଧର ଦାଶଙ୍କର ଆଜି ସକାଳେ ମାତୃବିୟୋଗ ହୋଇଥିବାରୁ ତାଙ୍କ ଅନୁପସ୍ଥିତିରେ ତାଙ୍କର ପରାମର୍ଶ କ୍ରମେ ମଞ୍ଚର ସଦସ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟା ସବିତା ମିଶ୍ର, ସୁବ୍ରତ କୁମାର ପଣ୍ଡା, ବିରେନ୍ଦ୍ର ରାଏ, ଦିଲୀପ କୁମାର ପଣ୍ଡା, ପ୍ରକାଶ ଲୁହା, ମାନସ ରଞ୍ଜନ ବକ୍ସି, ଅରୁଣ କୁମାର ଦାସ ପ୍ରମୁଖ ସାମିଲ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories