www.samajalive.in
Sunday, December 14, 2025
23.1 C
Bhubaneswar

ଆମ ପୁଲିସ୍ ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର: ଆଜି ଅପରାହ୍ନରେ ଗୋପାଳପୁର ଥାନା ପରିସରରେ ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବରିଷ୍ଟ ନାଗରିକମାନଙ୍କୁ ନେଇ ଆମ୍ ପୁଲିସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଟ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ, ମେଡିକାଲ୍ ଛକ ଠାରେ ଟ୍ରାଫିକ ପୁଲିସ୍ ନିୟୋଜିତ, ଶାନ୍ତି ଶୃଙ୍ଖଳା, ସରକାର ନିୟମ ପାଳନ କରିବା ଆଦି ଉପରେ ଆଲୋଚନା ହୋଇଥିଲା। ଏ ନେଇ ଥାନା ଅଧିକାରୀ କହିଛନ୍ତି ଯେ ବରିଷ୍ଟ ନାଗରିକଙ୍କ ସୁରକ୍ଷାକୁ ନଜରରେ ରଖିବା ସହ ପ୍ରତ୍ୟେକ ମାସର ୨ୟ ଶୁକ୍ରବାର ଆମ୍ ପୁଲିସ୍ କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ। ଏଥିରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଭାଗିରଥି ଗୌଡ, ସମ୍ପାଦକ ହରିହର ସାହୁ, ସହ ସମ୍ପାଦକ ପଞ୍ଚୁ ବେହେରା, ସରୋଜ କୁମାର ରଥ, ବିଜୟ ଚନ୍ଦ୍ର ପାଣିଗ୍ରାହୀ, ୱାଇ ରାମ କ୍ରିଷ୍ଣା, ବିନୋଦ ଚନ୍ଦ୍ର ଦାଶ, ଭି. ଆପାରାଓ, ଏମ୍. ପୋତନା, ନାଗେଶ୍ୱର ରାଓ, କେ.ମୋହନ, ଦଣ୍ଡ ପାଣି ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories