www.samajalive.in
Sunday, December 7, 2025
23.1 C
Bhubaneswar

ରେଳଗାଡି ଧକ୍କାରେ ଅଜଣା ଯୁବକଙ୍କ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ରେଳ ମଣ୍ଡଳ ଅର୍ନ୍ତଗତ ସମ୍ବଲପୁର ସିଟି ଷ୍ଟେସନ ଓ ମାନେଶ୍ୱର ଷ୍ଟେସନ ମଧ୍ୟରେ ରହିଥିବା ରେଳ ଧାରଣାରେ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ସମ୍ବଲପୁର ଜିଆରପି ଥାନା ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ଦିନ ପ୍ରାୟ ୨ଟା ସମୟରେ ଏକ ମାଲବାହୀ ରେଳଗାଡି ସମ୍ବଲପୁର ସିଟି ଷ୍ଟେସନ ପଟରୁ ମାନେଶ୍ୱର ଷ୍ଟେସନ ପଟକୁ ଯାଉଥିବା ବେଳେ ଅଚାନକ ଜଣେ ଯୁବକ ଖଇରପାଲି ଅଞ୍ଚଳରେ ରେଳଗାଡି ସମ୍ମୁଖକୁ ଆସିଯିବାରୁ ଧକ୍କା ହୋଇଥିଲା। ଫଳରେ ଯୁବକ ଜଣକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଖବର ପାଇ ଜିଆରପି ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ସମ୍ବଲପୁର ଜିଆରପି ଥାନାରେ ରୁଜୁ କରାଯାଇଛି। ମୃତକଙ୍କ ଆନୁମାନିକ ବୟସ ୨୦ ରୁ ୨୫ ମଧ୍ୟରେ ହୋଇଥିବା ବେଳେ ତାଙ୍କର ପରିଚୟ ପୁଲିସ ଖୋଜିବା ସହିତ ଘଟଣାର ତଦନ୍ତ ଜାରି ରହିଛି ବୋଲି ଜିଆରପି ସୂଚନା ଦେଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories