www.samajalive.in
Tuesday, December 9, 2025
15.1 C
Bhubaneswar

ଛାତ୍ରଙ୍କ ସୁରକ୍ଷା ନେଇ ଥାନାଧିକାରୀଙ୍କୁ ଭେଟିଲା ଏବିଭିପି

ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଦେହେରିପାଲି ଅଞ୍ଚଳରେ ଛାତ୍ରଙ୍କୁ ଜୀବନରୁ ମାରି ଦେବାର ଧମକ ମିଳିଥିବା ଘଟଣାରେ ଛାତ୍ରଙ୍କ ସୁରକ୍ଷା ପାଇଁ ଅଖିଳ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସହ ସମ୍ପାଦକ ଶ୍ୱେତାଂଶୁ ବରାଇ ଥାନାଧିକାରୀଙ୍କୁ ସାକ୍ଷାତକାର କରିଛନ୍ତି। ସୋମବାର ଶ୍ୱେତାଂଶୁ ବରାଇଙ୍କ ନେତୃତ୍ୱରେ ଏବିଭିପିର ଏକ ପ୍ରତିନିଧି ମଣ୍ଡଳ ଥାନାଧିକାରୀ ଯୋଗେଶ୍ୱର ପଣ୍ଡାଙ୍କୁ ଭେଟି ମୁଖ୍ୟତଃ ଫାଟକ, ଦେହେରିପାଲି, କଟରଧୁଆ ବନ୍ଧ ଅଞ୍ଚଳରେ ବାରମ୍ବାର ଛାତ୍ରଛାତ୍ରୀମାନଙ୍କ ଉପରେ ଆକ୍ରମଣ, ଛାତ୍ରଛାତ୍ରୀମାନଙ୍କ ଘର ମଧ୍ୟରୁ ସାଇକେଲ, ମୋବାଇଲ, ଟଙ୍କା ଆଦି ଚୋରି, ସନ୍ଧ୍ୟା ସମୟରେ ନିଶାସକ୍ତ ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ଅଶ୍ଳିଳ ଇଙ୍ଗିତ ଓ ଭାଷା ପ୍ରୟୋଗ କରିବା ଆଦି ଘଟଣାଗୁଡିକ ନିୟମିତ ଘଟୁଛି। ହେଲେ ଜିଲା ପ୍ରଶାସନ ଓ ପୁଲିସ ବିଭାଗର ନିରବତା କିଛି ବୁଝା ପଡୁନାହିଁ। ପୂର୍ବରୁ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଜିଲା ପୁଲିସ ନିରବ ରହିବା ଦ୍ୱାରା ଅସାମାଜିକ ବ୍ୟକ୍ତିମାନଙ୍କ ସାହାସ ବୃଦ୍ଧି ପାଇଛି। ଏଣୁ ଫାଟକ, ଦେହେରିପାଲି ଓ କଟରଧୁଆ ବନ୍ଧ ଅଞ୍ଚଳ ଆଦିରେ ପୁଲିସ ପାଟ୍ରୋଲିଂ ବଢାଇବା ଓ ପୁଲିସ ମୁତୟନ କରିବା ପାଇଁ ଏବିଭିପି ଦାବି କରିଛି। ଏଥିସହ ଛାତ୍ରଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ତୁରନ୍ତ କଡା ପଦକ୍ଷେପ ଆଇନ ଅନୁଯାୟୀ ନେଇ ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବା ପାଇଁ ପ୍ରତିନିଧି ମଣ୍ଡଳ ପୁଲିସ ନିକଟରେ ଦାବି କରିଛି। ପ୍ରତିନିଧି ମଣ୍ଡଳରେ ଜିଲା ସଂଯୋଜକ ୟଶବର୍ଦ୍ଧନ ତିୱାରୀ, ନାରାୟଣ ବେହେରା, ଓମ ପ୍ରକାଶ ପ୍ରଧାନ, ଶୁଭମ ମିଶ୍ର ଓ ପ୍ରତ୍ୟୁଷ ରଣା ପ୍ରମୁଖ ସାମିଲ ରହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories