ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜିଲା ପ୍ରଶାସନକୁ ଭେଟିଲା ପାୱାର ଲିଫ୍ଟ ସଂଘ 

ସମ୍ବଲପୁର: ସମ୍ବଲପୁର ଜିଲା ପାୱାର ଲିଫ୍ଟ ଏସୋସିଏସନର ପ୍ରତିନିଧି ଦଳ ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ନେଇ ଜିଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି। ସଂଘର ମୁଖ୍ୟ ପ୍ରଶିକ୍ଷକ ସୋମନାଥ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଗୁରୁବାର ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜଙ୍କୁ ସାକ୍ଷାତକରିଥିଲେ। ଆସନ୍ତା ମେ ମାସ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ ରାଜ୍ୟରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରର ପ୍ରତିଯୋଗିତାରେ ସମ୍ବଲପୁର ଜିଲା ଦଳ ଭାଗ ନେବା ପାଇଁ ଯିବେ। ଏହି ଦଳରେ ୨୨ ଜଣ ପ୍ରତିଯୋଗୀ ସାମିଲ ରହିଥିବା ବେଳେ ପ୍ରତିଯୋଗିତାରେ ଭାଗ ନେବା ପ୍ରସଙ୍ଗରେ ଜିଲା ପ୍ରଶାସନ ସହିତ ଆଲୋଚନା କରାଯାଇଛି ବୋଲି ମୁଖ୍ୟ ପ୍ରଶିକ୍ଷକ ସୋମନାଥ କହିଛନ୍ତି।

 

kalyan agarbati

Comments are closed.