ସମ୍ବଲପୁର: ସମ୍ବଲପୁର ଜିଲା ଅବକାରୀ ବିଭାଗ ଦ୍ୱାରା ଚଢ଼ଉ କରାଯାଇ ବିପୁଳ ମାତ୍ରାରେ ନିଶା କାଶ ଔଷଧ ଜବତ କରାଯାଇଛି। ପ୍ରାପ୍ତସୂଚନାନୁଯାୟୀ, ଅବକାରୀ ବିଭାଗର ସୁପରିଣ୍ଟୋଣ୍ଡାନ୍ଟ ଅଶୋକ କୁମାର ସେଠ ଙ୍କ ନିର୍ଦ୍ଦେଶାନୁଯାୟୀ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଚାଲିଛି। ଏହି କ୍ରମରେ ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ସମ୍ବଲପୁର ଅବକାରୀ ବିଭାଗର ସଦର – ୧ ର ଥାନାଧିକାରୀଙ୍କ ନେତୃତ୍ୱରେ ଅଇଁଠାପାଲି ଥାନା ଅର୍ନ୍ତଗତ ଦାନିପାଲି ଅଞ୍ଚଳରେ ଶନିବାର ସକାଳ ସମୟରେ ଚଢ଼ଉ କରାଯାଇଥିଲା। ଚଢ଼ଉ ଓ ଚେକିଂ ସମୟରେ ସେହି ଅଞ୍ଚଳ ନିବାସୀ ଭୋଲା ମୁଣ୍ଡା ଙ୍କ ନିକଟରୁ ଅବକାରୀ ଦଳ ୧୮୮ଟି ଭର୍ତ୍ତି ନିଶା କାଶ ଔଷଧ ବୋତଲ ଜବତ କରିଥିଲା। ଅଭିଯୁକ୍ତ ବେଆଇନ ଭାବରେ ନିଶା ଦ୍ରବ୍ୟ ଗୁଡିକୁ ଚାଲାଣ କରୁଥିବାରୁ ସେଗୁଡିକୁ ଜବତ କରାଯାଇ ଅଭିଯୁକ୍ତଙ୍କୁ ଅବକାରୀ ଦଳ ଗିରଫ କରିଥିଲା। ଏ ସର୍ମ୍ପକରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମୁଣ୍ଡା ଙ୍କୁ ଶନିବାର ଅଦାଲତକୁ ଚାଲାଣ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
Popular Categories



