ସମ୍ବଲପୁର: ସମ୍ବଲପୁର ଗୁରୁନାନକ ପବ୍ଲିକ ସ୍କୁଲର ଇଣ୍ଟରେକ୍ଟ କ୍ଲବର ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ହୋତା ପରିଚାଳନା କରିଥିଲେ। ଏହି ଅବସରରେ ଇଣ୍ଟରାକ୍ଟ କ୍ଲବର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଦୀକ୍ଷାନ୍ତ ଗଡ଼ତିଆ ନୂତନ ସଭାପତି ଏବଂ ରଶ୍ମୀ ବାବୁ ସମ୍ପାଦକ ଦାୟିତ୍ୱ ବହନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍କୁଲର ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରୋଟାରୀ କ୍ଲବର ସଭାପତି ରଣଜିତ ସିଂ ହୁରା, ଅଧ୍ୟକ୍ଷକ ରବୀନ୍ଦ୍ର ନାଥ ଙ୍କ ସମେତ କ୍ଲବର ସଦସ୍ୟ ଡ. ଅଶୋକ କୁମାର ଶତପଥୀ, ଏଚ. ଏସ. ଗୁହା, ପ୍ରବୀଣ କୁମାର ସୁରୀ, ସଙ୍ଗୀତା ଚାନ୍ଦ, ଆଲେଖିକା ପାଣି, ରବୀନ୍ଦ୍ର ନାଥ ଦାଶ, ସନ୍ତୋଷ କୁମାର ହୋତା, ସୀମନ୍ତିକା ଦାସ, ପ୍ରଦୀପ ଦେବତା, ରାଜ କିଶନ ବାଗ ଙ୍କ ସମେତ ସଦସ୍ୟ ମାନେ ଯୋଗ ଦେଇଥିଲେ।
Popular Categories



