www.samajalive.in
Sunday, December 14, 2025
26.1 C
Bhubaneswar

ଅଗ୍ନିବୀର ନିଯୁକ୍ତି ରାଲି ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ

ସମ୍ବଲପୁର: ଭାରତୀୟ ସେନା ବାହିନୀରେ ‘ଅଗ୍ନିବୀର’ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଆସନ୍ତା ସେପ୍ଟେମ୍ବର ୯ ତାରିଖରୁ ୧୫ ତାରିଖ ମଧ୍ୟରେ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଏଥି ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥିତ ସର୍ବ ଶିକ୍ଷା ଅଭିଯାନ କକ୍ଷରେ ଜିଲାପାଳ ଅନନ୍ୟା ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସେନା ନିଯୁକ୍ତି ରାଲି ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କର ସହିତ ପ୍ରାକ ପ୍ରସ୍ତୁତି ସର୍ମ୍ପକରେ ସମୀକ୍ଷା କରାଯାଇଥିଲା। ସେନା ନିଯୁକ୍ତି ରାଲିରେ ଭାଗ ନେଉଥିବା ସମସ୍ତ ପ୍ରାର୍ଥୀ ମାନଙ୍କର ସମସ୍ତ ପ୍ରକାରର ସୁବିଧା କରିବା ପାଇଁ ଜିଲାପାଳ ଦାସ ନିର୍ଦ୍ଦେଶ ଦେଇଛନ୍ତି। ପରିବହନ, ଜନସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ, ଚିକିତ୍ସା ଦଳ ଓ ଆମ୍ବୁଲାନ୍ସ, ସୁରକ୍ଷା ବ୍ୟବସ୍ଥା , ଜନଗହଳି ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା ଇତ୍ୟାଦି ସର୍ମ୍ପକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସମ୍ବଲପୁରର ଜମାଦାରପାଲି ସ୍ଥିତ ଏୟାରଷ୍ଟ୍ରିପ ଠାରେ ସେପ୍ଟେମ୍ବର ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ।

ଏଥି ପାଇଁ ଅନୁଗୁଳ, ବଲାଙ୍ଗୀର, ବରଗଡ଼, ଦେବଗଡ଼, ଢ଼େଙ୍କାନାଳ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲାର ପ୍ରାୟ ୨୧ ହଜାର ପ୍ରାର୍ଥୀ ସେନା ରାଲି ପାଇଁ ପଞ୍ଜିକରଣ କରିଛନ୍ତି। ଏନୁ ଏହି ବୈଠକରେ ଉପ ଜିଲାପାଳ ସଦର ପ୍ରଭାସ ଦଣ୍ଡସେନା, କର୍ଣ୍ଣେଲ ନିର୍ଦ୍ଦେଶକ ଏଆରଓ ସୁଦୀପ ବୋଷ, କର୍ଣ୍ଣେଲ ସନ୍ଦୀପ କୁମାର, ଏଆରଓ ସମ୍ବଲପୁର ମେଜର ଅଭିଷେକ ଶର୍ମା, ଜିଲା କ୍ରିଡାଧିକାରୀ ଜୟଶ୍ରୀ ପାଢ଼ୀ, ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ, ଦେବାଶିଷ ବେହେରା, ତନ୍ମୟ କୁମାର ଦରୱାନ, ଶଙ୍କର ଚରଣ ମୁର୍ମୁ, ଡିଆଇବି ଡିଏସପି ଜେମ୍ସ ସମଦ, ଇଂ ଡମ୍ବରୁଧର ଓଝା, ଭାଗିରଥି ପଟେଲ, ନିଗମ ଉପାୟୁକ୍ତ ବିନୋଦ ଚନ୍ଦ୍ର ପଣ୍ଡା, ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ, ଗୁଲଶନ କୁମାର ସାହୁ, ସୁଚିତ୍ର କୁମାର ମହାନ୍ତି, ପି.ସି. ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories