ସାଂସଦ ହେମାମାଲିନୀଙ୍କୁ ଶ୍ରୀକୃଷ୍ଣ ୱାଲ ହ୍ୟାଙ୍ଗିଙ୍ଗ ପ୍ରଦାନ   

ସମ୍ବଲପୁର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ହେଉଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଦେଶର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ଜନପଥ ଠାରେ କେନ୍ଦ୍ରୀୟ ବୟନକଳା ମନ୍ତ୍ରାଳୟ ତରଫରୁ ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ମାନଙ୍କର ଉତ୍ପାଦିତ ସାମଗ୍ରୀ ଗୁଡିକୁ ନେଇ ଏକ ଜାତୀୟସ୍ତରର ହସ୍ତତନ୍ତ ପ୍ରଦର୍ଶନୀ ଆୟୋଜିତ ହେଉଛି । ଏହି ହସ୍ତତନ୍ତ ପ୍ରଦର୍ଶନୀକୁ ବଲିଉଡ ସିନେ ଅଭିନେତ୍ରୀ ତଥା ସାଂସଦ ହେମାମାଲିନୀ ପରିଦର୍ଶନରେ ଆସି ସମ୍ବଲପୁରୀ ହସ୍ତତନ୍ତ ଓ ବସ୍ତ୍ର ଗୁଡିକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

prayash

ଶୁକ୍ରବାର ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀରେ ଓଡିଶାର ବରପାଲିର ବିଶିଷ୍ଟ ବୁଣାକାର ଦମ୍ପତି ଶ୍ରୀ ମକରଧ୍ୱଜ ମେହେର ଓ ସୁକାନ୍ତୀ ମେହେରଙ୍କ ଷ୍ଟଲ ମଧ୍ୟ ଲାଗିଛି । ଏହି ଷ୍ଟଲରେ ସାଂସଦ ହେମାମାଳିନୀ ପହଞ୍ଚି ସମ୍ବଲପୁରୀ ବସ୍ତ୍ର, ୱାଲ ହ୍ୟାଙ୍ଗିଙ୍ଗ ଆଦି ସୁକ୍ଷ୍ମ ବୟନ କଳା ଦେଖି ଅତ୍ୟନ୍ତ ପ୍ରଂଶସା କରିଥିଲେ । ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏ ତାଙ୍କର ବିବାହ କାଳରେ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ ବୋଲି ବୁଣାକାର ସୁକାନ୍ତି ସାଂସଦ ହେମାମାଳିନୀଙ୍କୁ କଥାବାର୍ତ୍ତା ସମୟରେ ସ୍ମରଣ କରାଇ ଦେଇଥିଲେ ।

ଏହି ଅବସରେ କେନ୍ଦ୍ର ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଜୋସ ମଧ୍ୟ ଉପସ୍ଥିତ ରହି ସମ୍ବଲପୁରୀ ବୟନ କଳାକୁ ଉଚ୍ଚ ପ୍ରଶଂସା କରିଥିଲେ । ବୁଣାକାର ସୁକାନ୍ତି ତାଙ୍କର ଦ୍ୱାରା ବୁଣା ଯାଇଥିବା ଶ୍ରୀକୃଷ୍ଣଙ୍କ ଏକ ୱାଲ ହ୍ୟାଙ୍ଗିଙ୍ଗ ସାଂସଦ ହେମାମାଳିନୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।

 

kalyan agarbati

Comments are closed.