www.samajalive.in
Sunday, December 14, 2025
17.1 C
Bhubaneswar

କ୍ରାନ୍ତି ଦିବସରେ ହିନ୍ଦ ମଜଦୁର ସଭାର ରାଜ୍ୟ ଯୁବ ସମାବେଶ

ସମ୍ବଲପୁର: ଆଗାମୀ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ହିନ୍ଦ ମଜଦୁର ସଭା ପକ୍ଷରୁ ସମ୍ବଲପୁର ଠାରେ ରାଜ୍ୟସ୍ତରୀୟ ଯୁବ ସମାବେଶ ଆୟୋଜିତ ହେବ। ଏଥି ନିମନ୍ତେ ସମ୍ବଲପୁର ଠାରେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ କ୍ରାନ୍ତି ଦିବସରେ ଭାରତ ଛାଡ ଆନ୍ଦୋଳନ ଡାକରା ଦିଆଯାଇଥିବାରୁ ଏହି ଆନ୍ଦୋଳନର ସ୍ମୃତି ରକ୍ଷା ସହିତ ଯୁବ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ଭୂମିକାକୁ ସ୍ମରଣ କରି ସାରା ରାଜ୍ୟରେ ହିନ୍ଦ ମଜଦୁର ସଭା ସହ ଯୋଡି ହୋଇଥିବା ଯୁବ ଶ୍ରମିକ ସଙ୍ଗଠନ ଙ୍କୁ ନେଇ ଏହି ସମାବେଶ ଆୟୋଜିତ ହେବ ବୋଲି ବୈଠକରେ ସୂଚନା ଦିଆଯାଇଛି। ୩୦ଟି ଜିଲାର ସମସ୍ତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଦସ୍ୟ ମାନେ ଏଥିରେ ସାମିଲ ହେବା ପାଇଁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରିତ କରାଯାଇଛି। ସଂଘର ରାଜ୍ୟ କର୍ମକର୍ତ୍ତା, ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଅନୁରୋଧ କରାଯାଇଛି। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ନିର୍ମାଣ ଶ୍ରମିକ ସଙ୍ଗଠନ, ନାଲକୋ, ରାଉରକେଲା ଆରଏସପି, ହିଣ୍ଡାଲକୋ, ଏମସିଏଲ, ଭୂଷଣ, ବେଦାନ୍ତ, ଆଦିତ୍ୟ ବିର୍ଲା ଆଦି ଶିଳ୍ପ ସଂସ୍ଥାର ଶ୍ରମିକ ସଙ୍ଗଠନର କର୍ମକର୍ତ୍ତାଙ୍କୁ ନେଇ ଶ୍ରମିକ ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରୀ ସକ୍ରିୟ କରାଯିବା ଉଦ୍ଦେଶ୍ୟ ନେଇ ଏହି ସମାବେଶ ଆୟୋଜିତ ହେବ। ପ୍ରସ୍ତୁତି ବୈଠକରେ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ସଞ୍ଜିତ ମହାନ୍ତି, ହିଣ୍ଡାଲକୋ ଶ୍ରମିକ ସଂଘର ସଭାପତି ମହମ୍ମଦ ମୁର୍ତୁଯା, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଦୁର୍ଯ୍ୟୋଧନ ମହାନ୍ତି, କାର୍ଯ୍ୟକାରୀ ସଭାପତି ରୋଶନ ସିଂ, ଯୋଗେନ୍ଦ୍ର ବେହେରା, ବଳରାମ ଦାସ, ତୁଷାର ନାଥ, ବିଷ୍ଣୁ ମହାନ୍ତି, ପୁର୍ଣ୍ଣ ବିଶୋଇ, ଜିକୁନ ପାତ୍ର, ମନୋଜ ବିଶ୍ୱାଳ, ସଞ୍ଜୀବ ପ୍ରଧାନ, ଶିବ ବେହେରା, ଜିବିକାଲ ନାଗ, ରୂପେଶ ନାୟକ, ରଞ୍ଜନ ମିଶ୍ର, ଧିରଜ ଯାଦବ, ମିଲନ ହୋତା, ସୁମିତ ପଟେଲ, ଦେବ ଜ୍ୟୋତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories