www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ବଲପୁର ଜିଲାରେ ୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ  

ସମ୍ବଲପୁର; ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ପ୍ରକଳ୍ପ ମଞ୍ଜୁରୀ ବୋର୍ଡ ଦ୍ୱାରା ସାରା ଓଡିଶାରେ ୫୭ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକୁ ଉନ୍ନତି କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଳା ବିଭାଗ) ମାନ୍ୟତା ପାଇବା ପାଇଁ ଅନୁମୋଦନ କରାଯାଇଛି । ସେଥି ମଧ୍ୟରୁ ସମ୍ବଲପୁର ଜିଲାର ରେଙ୍ଗାଲି ବିଧାନସଭା ମଣ୍ଡଳୀରେ ୨ଟି, କୁଚିଣ୍ଡା ବିଧାନସଭା ମଣ୍ଡଳୀ ଓ ରେଢ଼ାଖୋଲ ବିଧାନସଭା ମଣ୍ଡଳୀରେ ଗୋଟିଏ ଲେଖାଏଁ ସରକାରୀ ଉଚ୍ଚ ବିଦ୍ୟାଳୟ ଉନ୍ନିତର ହୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଳା ବିଭାଗ)ରେ ପରିଣତ କରାଯିବା ପାଇଁ ତାଲିକାଭୁକ୍ତ କରାଯାଇଛି ।

ଏହି କ୍ରମରେ ରେଙ୍ଗାଲି ବିଧାନସଭା ମଣ୍ଡଳୀ ଅର୍ନ୍ତଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଲପଙ୍ଗା ଓ ସରକାରୀ ଉଚ୍ଚ ବିଦ୍ୟାଳୟ ଚିପଲିମା, କୁଚିଣ୍ଡା ବିଧାନସଭା ମଣ୍ଡଳୀ ଅର୍ନ୍ତଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଗରପୋଷ ଏବଂ ରେଢ଼ାଖୋଲ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ କଦଳୀଗଡ ରହିଛି ।

- Advertisement -

ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ସମ୍ବଲପୁର ଜିଲା ଭାଜପା ସଭାପତି ଗିରିଶ ପଟେଲ, ରବି ନାରାୟଣ ନାୟକ, ସୀମାଞ୍ଚଳ ଖଟେଇ, ରାମଚନ୍ଦ୍ର ମେହେର, ଅନୀଲ ବେହେରା, ବେଣୁଧର ଦାଶ, ଦାମୋଦର କର, ଦେବେନ୍ଦ୍ର ମହାପାତ୍ର, ଗୋବିନ୍ଦ ଅଗ୍ରୱାଲ, ସମୀର ରଞ୍ଜନ ବାବୁ, ଜିଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡଙ୍ଗୀ, ମାନସ ରଞ୍ଜନ ବକ୍ସୀ ପ୍ରମୁଖ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories