www.samajalive.in
Monday, December 15, 2025
14.1 C
Bhubaneswar

ବିଶ୍ବ ଦୌଡ଼କୁଦ ଚମ୍ପିଆନସିପ୍‍ ଉଦ୍‌ଯାପିତ : ଶ୍ରେଷ୍ଠ ପ୍ରଦର୍ଶନ ସହ ଭାରତକୁ ୩୩ଶ ସ୍ଥାନ

ଓରେଗନ୍‌ :  ଏଥର ବିଶ୍ବ ଦୌଡ଼କୁଦ ଚମ୍ପିଆନସିପରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ୩୩ତମ ସ୍ଥାନରେ ରହିଛି। ନୀରଜ ଜିତଥିବା ଗୋଟିଏ ରୌପ୍ୟ ପଦକକୁ ବାଦ୍‍ ଦେଲେ ୬ ଜଣ ଭାରତୀୟ ବିଭିନ୍ନ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। ପ୍ରଥମଥର ବିଶ୍ବ ଦୌଡ଼କୁଦ ମହାସଂଘ (ଆଇଏଏଏଫ୍‍) ଦଳଗତ ପଏଣ୍ଟ ତାଲିକା ଜାରିକରିଛି। ଏଥିରେ ଭାରତ ୧୧ ପଏଣ୍ଟ ପାଇଛି। ନୀରଜଙ୍କ ରୌପ୍ୟ ପାଇଁ ୭ ଓ ଅନୁରାଣୀ ଓ ଶ୍ରୀଶଙ୍କର ୭ମ ସ୍ଥାନରେ ରହିଥିବାରୁ ୨ଟି ଲେଖାଏଁ ପଏଣ୍ଟ ପାଇଛନ୍ତି। ପୁରୁଷ ଜାଭେଲିନ୍‍ ଥ୍ରୋ’ରେ ନୀରଜ ଓ ରୋହିତ ଯାଦବ ଫାଇନାଲରେ ପ୍ରବେଶ କରିଥିଲେ। ମହିଳା ଜାଭେଲିନ ଥ୍ରୋ’ରେ ଅନୁରାଣୀ, ପୁରୁଷ ଲଙ୍ଗଜମ୍ପରେ ମୁରଲୀ ଶ୍ରୀଶଙ୍କର, ପୁରୁଷ ଟ୍ରିପଲ ଜମ୍ପ୍‍ରେ ଏଲ୍‍ଡୋସ ପଲ୍‌ ଏବଂ ପୁରୁଷ ୩,୦୦୦ ମିଟର ଷ୍ଟିପଲଚେଜ୍‍ରେ ଅବିନାଶ ସାବ୍‍ଲେ ଫାଇନାଲରେ ପ୍ରବେଶ କରିଥିଲେ। ନୀରଜଙ୍କୁ ଛାଡ଼ି ଅନ୍ୟ ସମସ୍ତେ ପଦକ ଜିତିବାରେ ବିଫଳ ହୋଇଥିଲେ। ଏହାପୂର୍ବରୁ ୨୦୧୫ରେ ଭାରତ ୩ ଖେଳାଳି ଫାଇନାଲରେ ପ୍ରବେଶ କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଶ୍ରୀଶଙ୍କର ଫାଇନାଲରେ ୭ମ ସ୍ଥାନରେ, ଅବିନାଶ ଫାଇନାଲରେ ୧୧ଶ, ଅନୁରାଣୀ ୭ମ, ରୋହିତ ୧୦ମ, ଏଲଡୋସ୍‍ ୯ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ପ୍ରଥମଥର ଜଣେ ଭାରତୀୟ ବିଶ୍ବ ଚମ୍ପିଆନ୍‌ସିପ୍‌ରେ ରୌପ୍ୟପଦକ ଜିତିଥିଲେ। ୧୭ ପୁରୁଷ ଓ ୩ ମହିଳାଙ୍କ ସହ ମୋଟ ୨୦ ଭାରତୀୟ ଆଥ୍‌ଳେଟ୍‌ ୧୨ଟି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories