www.samajalive.in
Sunday, December 14, 2025
23.1 C
Bhubaneswar

ବିପଦରେ ଶୈଶବ ଶିକ୍ଷା; ଖବର ପ୍ରସାରଣ ପରେ ନିର୍ମାଣ ହେଲା ରାସ୍ତା

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚୁଡଙ୍ଗପୁର ପଞ୍ଚାୟତ ଝରଣପୁର ନିକଟରେ ରହିଛି ଗଜେଲ ନାଳ । ଯେଉଁ ନାଳ ଦେଇ ପ୍ରତ୍ୟେକ ଦିନ ୨୦ ଖଣ୍ଡ ଗ୍ରାମବାସୀ ବିଭିନ୍ନ କାମ ପାଇଁ ଯାତାୟାତ କରନ୍ତି । ଏହି ନାଳ ଠାରୁ ରାଇପଙ୍କା ମାତ୍ର ୮ କିମି ଓ ରାୟଗଡ଼ା ଜିଲ୍ଲା ପଦ୍ମପୁର ହେଉଛି ମାତ୍ର ୧୪କିମି । ଅନ୍ୟ ରାସ୍ତା ଦେଇ ଯିବାକୁ ହେଲେ ପଡ଼େ ୪୦ ରୁ ୬୦ କିମି । ରାୟଗଡ଼ା ଜିଲ୍ଲାର ବ୍ୟବସାୟୀମାନେ ନିଜ ପରିବାର ପ୍ରତିପୋଷଣ ପାଇଁ ଚୁଡ଼ଙ୍ଗପୁର, ଅନ୍ତରବା, ଝରଣପୁର, ଶିଆଳିଲଟି ଭଳି ବିଭିନ୍ନ ଗ୍ରାମ ବୁଲି ବାଣିଜ୍ୟ ବ୍ୟବସାୟ କରନ୍ତି ।

ରାସ୍ତା ଭଲ ନଥିବାରୁ ଗାଡ଼ି ଠେଲି ମୁଣ୍ଡରେ ଭାର ବୋହି ନାଳ ପାର ହୁଅନ୍ତି । ଖାଲି ସେତିକି ନୁହେଁ କୁନି କୁନି ଛାତ୍ରଛାତ୍ରୀ ମାନେ ଜୀବନକୁ ବାଜି ଲଗାଇ ଏହି ବାଟ ଦେଇ ବିଦ୍ୟାଳୟକୁ ପାଠ ପଢିବା ପାଇଁ ପ୍ରତ୍ୟେକ ଦିନ ଯିବା ଆସିବା କରନ୍ତି । ବର୍ଷା ହେଲେ ପାଠ ପଢା ବନ୍ଦ ରହିଥାଏ । ଏହି ଖବର ଆମେ ସମାଜ ଖବର କାଗଜରେ ୨୩ ତାରିଖରେ ପ୍ରକାଶ କରିଥିଲୁ । ତାହା ସହିତ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଏ ସଂପର୍କରେ ଅବଗତ କରିଥିଲୁ । ସେ କହିଥିଲେ ତୁରନ୍ତ ଏହି ସମସ୍ୟାର ପଦକ୍ଷେପ ନେଇ ରାସ୍ତା ନିର୍ମାଣ କରାଯିବ ।

- Advertisement -

ଖବର ପ୍ରସାରଣ ହେବାର  ୨୪ଘଣ୍ଟା ମଧ୍ୟରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦେଶ କ୍ରମେ ବ୍ଲକ୍ ପ୍ରଶାସନ ପକ୍ଷରୁ ଠିକାଦାରଙ୍କୁ କହି ଦୁଇଟି କଂକ୍ରିଟ ପାଇପ(ପୋଲ) ଅସ୍ଥାୟୀ ଭାବେ ପକାଯାଇ ରାସ୍ତା ନିର୍ମାଣ କରାଯାଇଛି । ହେଲେ କାଦୁଆ ରାସ୍ତା ମରାମତି କରାଯାଇନି । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହିତ ସମାଜ ଖବର କାଗଜକୁ ଧନ୍ୟବାଦ ଦେଇଛନ୍ତି।

 

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories