www.samajalive.in
Monday, December 15, 2025
14.1 C
Bhubaneswar

ହୀରାଖଣ୍ଡ ନାଗରିକ ପରିଷଦର ସାଧାରଣ ପରିଷଦ ବୈଠକ           

ସମ୍ବଲପୁର: ସମ୍ବଲପୁରର ପୁରତାନ ବରିଷ୍ଠ ନାଗରିକ ସଙ୍ଗଠନ ହୀରାଖଣ୍ଡ ନାଗରିକ ପରିଷଦର ଜୁନ ମାସର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମ୍ୟୁନିସିପାଲିଟି ଛକ ଠାରେ ସ୍ଥିତ ସାମ୍ବାଦିକ ଭବନର ପ୍ରଶାନ୍ତ ମହାନ୍ତି ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୂଳପତି ପ୍ର. ଏନ. ନାଗରାଜୟ ଏବଂ ରେଜିଷ୍ଟାର ଯୁଗଳେଶ୍ୱରୀ ଦାସ ଅତିଥି ରୁପେ ଯୋଗ ଦେଇଥିଲେ । ପରିଷଦର ସଭାପତି ଡା. ଜୟଦେବ ମେହେର ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅତିଥି ପ୍ର. ନାଗରାଜୁ ବିଶ୍ୱବିଦ୍ୟାଳୟର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ବିଶଦ ବିବରଣୀ ଉପସ୍ଥାପନ ସହିତ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ପରିଷଦର ସହଯୋଗ କାମନା କରିଥିଲେ।

ଖୁବଶୀଘ୍ର ଛାତ୍ରାବାସ ସମେତ ସମଗ୍ର ବିଶ୍ୱବିଦ୍ୟାଳୟ ପରିସରକୁ ୱାଇଫାଇ ସେବା ଯୋଗାଇ ଦିଆଯିବ ବୋଲି ପ୍ର. ନାଗରାଜୁ କହିଥିଲେ । ସମ୍ପାଦକ ଡ. ନନ୍ଦ କିଶୋର ଦେବତା ନୂତନ କର୍ପୋରେଟ ବଡିର ସହାଯୋଗ ନେବା ପାଇଁ ଅନୁରୋଧ କରିବା ସହିତ ପରିଷଦର ପୂର୍ବତନ ଅଧ୍ୟାପକ ଓ ପ୍ରଧ୍ୟାପକ ମାନେ ସହାୟତା କରିବାକୁ ପ୍ରସ୍ତୁତ ବୋଲି ଜଣାଇଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡା. ନାରାୟଣୀ ପଣ୍ଡା, ସୁଦର୍ଶନ ପୂଜାରୀ, ମୀନକେତନ ପାଠୀ, ସୁବାସ ପାଣିଗ୍ରାହୀଙ୍କ ସମେତ ଅନେକ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିଲେ। ଶେଷରେ ନିର୍ମଳ କୁମାର ମାଇତି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories