www.samajalive.in
Sunday, December 14, 2025
19.1 C
Bhubaneswar

ନାହାଙ୍ଗ ସମବାୟ ସମିତି ସଭାପତି ନିର୍ବାଚନ; ବିଜେଡି ସମର୍ଥିତ ପ୍ରାର୍ଥୀ ନିର୍ବାଚିତ

କୁଆଁପାଳ : ମାହାଙ୍ଗା ବ୍ଲକ କଟକ କେନ୍ଦ୍ର ସମବାୟ ସମିତି ଅଧିନ ନାହାଙ୍ଗ ପ୍ରାଥମିକ କୃଷି ସେବା ସମବାୟ ସମିତିର ବିଜେଡି ସମର୍ଥିତ ପ୍ରାର୍ଥୀ ସନ୍ତୋଷ ମହାପାତ୍ର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଯାଇଯାଇଛନ୍ତି । ଗତ ସପ୍ତାହରେ ଏହି ସମିତିର ୧ରୁ ୧୫ ସମସ୍ତ ବୋର୍ଡ ସଭ୍ୟ ନିଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ସଭାପତି ଭାବେ ବିଜେଡି ସମର୍ଥିତ ପ୍ରାର୍ଥୀ ସନ୍ତୋଷ କୁମାର ମହାପାତ୍ର ନିଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସମସ୍ତ ବୋର୍ଡ ସଭ୍ୟ ସଭ୍ୟା ବିଜେଡି ସମର୍ଥିତ ହୋଇଥିବା ବେଳେ ଏକ ମାତ୍ର ସଭାପତି ପଦବୀ ନିମନ୍ତେ ସନ୍ତୋଷ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ବିପକ୍ଷରେ କେହି ପାର୍ଥୀ ନଥିବାରୁ ତାଙ୍କୁ ସଭାପତି ପଦରେ ନିର୍ବାଚିତ କରାଯାଇଛି । ଏହି ନିର୍ବାଚନରେ ପୂର୍ବତନ ସମିତି ସଭାପତି ତଥା ଜିଲ୍ଲାପରିସଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଗୋତରା ସରପଞ୍ଚ ରତ୍ନାକର ସାହୁ, ନାହାଙ୍ଗ ସରପଞ୍ଚ ପ୍ରତିନିଧି ଦେବରଂଜନ ମହାନ୍ତି, ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି, ଚିତ୍ତରଞ୍ଜନ ମହାପାତ୍ର ସମେତ ବହୁ ବିଜେଡି ସଂଗଠକ ପ୍ରତ୍ୟକ୍ଷ ଭାବେ ଦଳୀୟ ପ୍ରାର୍ଥୀଙ୍କୁ ସଭାପତି ପଦରେ ଆସିନ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । ଅପର ପକ୍ଷରେ ଏହି ସଭାପତି ପଦରେ ନିଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଥିବାରୁ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଳିକ, ବିଜେଡି ସଭାପତି ରାଜକିଶୋର ଜେନା, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଜିଲ୍ଲାପାରିସଦ ସଭ୍ୟ ପୁର୍ଣ ଚନ୍ଦ୍ର ସ୍ୱାଇଁ , ନାହଙ୍ଗ ସରପଞ୍ଚ ମନୋରମା ମହାନ୍ତି, ଗୋତରା ସରପଞ୍ଚ ରତ୍ନାକର ସାହୁ, ଦେବରଂଜନ ମହାନ୍ତି ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories