www.samajalive.in
Sunday, December 14, 2025
23.1 C
Bhubaneswar

ଧାମରାରେ ଭାରତୀୟ ମଜଦୁର ସଂଘର ବୈଠକ; ଶ୍ରମିକଙ୍କ ପାଇଁ ପୁଣି ରାଜରାସ୍ତାକୁ ଓହ୍ଲାଇବ ସଂଘ

ଧାମରା: ଧାମରା ନିକଟସ୍ଥ ଦୋସିଙ୍ଗା ଠାରେ ଥିବା ଭାରତୀୟ ମଜଦୁର ସଂଘର ଅଫିସ ଗୃହରେ ସଂଘର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ଓଡିଶା ପ୍ରଦେଶ ଶାଖାର ସହ ସଂପାଦକ ଶାନ୍ତନୁ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବେଠକରେ ଶାନ୍ତନୁ ଯୋଗ ଦେଇ ଭାରତୀୟ ମଜଦୁର ସଂଘ(ବିଏମଏସ) ସବୁବେଳେ ଶ୍ରମିକଙ୍କ ହିତ ପାଇଁ ରାଜରାସ୍ତାକୁ ଓହ୍ଲାଇ ନ୍ୟାୟ ହାସଲ କରିଛି ବୋଲି ନିଜର ବକ୍ତବ୍ୟ ରଖିଥିବା ବେଳେ ଆଗାମୀ ଦିନରେ ପୁନଶ୍ଚଧାମରା ବନ୍ଦର କମ୍ପାନୀର ମନମୁଖୀ କାର୍ଯ୍ୟକଳାପକୁ ଆଖି ଆଗରେ ରଖି ନ୍ୟାୟୋଚିତ ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି ।  ଆଜି ପର୍ଯ୍ୟନ୍ତ ବନ୍ଦର କମ୍ପାନୀର ନିଜର ମନମୁଖୀ କାର୍ଯ୍ୟକଳାପରେ ଧାମରା ବନ୍ଦର ମଧ୍ୟରେ କାର୍ଯ୍ୟରତ ସମସ୍ତ ଶ୍ରମିକ ନିଜର ନ୍ୟାର୍ଯ୍ୟ ଦାବି ହାସଲ କରି ପାରି ନାହାନ୍ତି । ଏଥିସହ ସରକାରଙ୍କ ଧାର୍ଯ୍ୟନୀତି ଅନୁଯାୟୀ ବନ୍ଦର କମ୍ପାନୀ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଠିକ ଭାବେ ଶ୍ରମିକ ମାନଙ୍କୁ ଦରମା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଭତ୍ତା ମଧ୍ୟ ଦେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି ବୋଲି ବିଏମଏସର ଜିଲ୍ଲା ପ୍ରଭାରୀ ମନୋଜ ବସନ୍ତ ରାୟ ମତ ବ୍ୟକ୍ତ କରିଛନ୍ତି ।  ଏହାକୁ ଦୃଷ୍ଟିରେ ରଖି ପୁନଶ୍ଚ ସେମାନେ ଏହାର ଦୃଢ ପ୍ରତିବାଦ କରିବେ ବୋଲି ବୈଠକରେ ଆଲୋଚନା ହୋଇଛି । ଏହାର ପ୍ରତିବାଦରେ ଆସନ୍ତା ୨୯ ତାରିଖ ବୁଧବାର ବିଏମଏସ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଶ୍ରମିକ ମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ଦେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା  କରିବ ବୋଲି ମତ ପ୍ରକାଶ କରିଛନ୍ତି ।  ବିଏମଏସ  ବାର୍ଷିକ ସମ୍ମିଳନୀ  ଆସନ୍ତା ୨୯ ତାରିଖ ବୁଧବାର ଦୋସିଙ୍ଗା ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଏମଏସର ପ୍ରଭାରୀ ମନୋଜ ବସନ୍ତ ରାୟ, ଧାମରା ବନ୍ଦର କର୍ମଚାରୀ ସଂଘର ସଂପାଦକ ପ୍ରଫୁଲ ସେଠୀ, କୋଷାଧକ୍ଷ୍ୟ ମନୋଜ ଲେଙ୍କା, କାର୍ଯ୍ୟକାରୀ ସଂପାଦକ ଚନ୍ଦ୍ର ଶେଖର ଜେନା, ଜିଲ୍ଲା ସଂପାଦକ ପରେଶ ନାଥ ଧଳ, ଶଶିକାନ୍ତ ସାହୁ, ଅରୁଣ ଦାସ, ଶତ୍ରୁଘ୍ନ ବାରିକ,ମଳୟ ରଞନ ଦାସ, ଅଜୟ କୁମାର ମଣ୍ଡଳଙ୍କ ସମେତ ବହୁ ସଭ୍ୟ ମାନେ ଯୋଗ ଦେଇଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories