www.samajalive.in
Sunday, December 14, 2025
18.1 C
Bhubaneswar

ଯୋଗ ଜୀବନର ଅଂଶ ନୁହେଁ, ଜୀବନଶୈଳୀ ପାଲଟିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ କର୍ଣ୍ଣାଟକର ମହୀଶୂରଠାରେ ଆୟୋଜିତ ଦେଶର ମୁଖ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶ ଗ୍ରହଣ କରିଛନ୍ତି । ଯୋଗ କରିବା ପରେ ଯୋଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯୋଗ ଦିବସ ବର୍ତ୍ତମାନ ବିଶ୍ୱ ମହୋତ୍ସବରେ ପରିଣତ ହୋଇଛି ।

ଦେଶର ୭୫ଟି ଆଇକନିକ୍‌ ସ୍ଥାନରେ ଯୋଗ ପ୍ରଦର୍ଶନ କରାଯାଇଛି । ଯୋଗ ବର୍ତ୍ତମାନ ଜୀବନର ଅଂଶ ନୁହେଁ ଜୀବନଶୈଳୀ ପାଲଟିଛି । ଯୋଗ ଆମ ଶରୀରକୁ ସୁସ୍ଥ ରଖିଥାଏ । ପୂର୍ବରୁ ଯାହା ଘର ଭିତରେ ସୀମିତ ଥିଲା, ଆଜି ତାହା ସାରା ବିଶ୍ୱରେ ପହଞ୍ଚିଛି । ଯୋଗ କୋଟି କୋଟି ଲୋକଙ୍କ ମନରେ ଶାନ୍ତି ଆଣି ଦେଉଛି । ଯୋଗ ଦ୍ୱାରା ସମସ୍ତଙ୍କୁ ଏକସଙ୍ଗେ ଦେଶ ସହ ଯୋଡ଼ା ଯାଇପାରିବ । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

- Advertisement -

ସେହିପରି ଆନ୍ତର୍ଜାତୀୟ ଯୋଗ ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱାସ୍ଥ୍ୟ ଓ ସୁସ୍ଥାତାର ଉପହାର ଯୋଗ ବୋଲି କହିଛନ୍ତି ରାଷ୍ଟ୍ରପତି । ସୁସ୍ଥତା, ମନ, ଶରୀର ଏବଂ ଆତ୍ମାକୁ ସନ୍ତୁଳିତ କରିବା ପାଇଁ ଏକ ସାମଗ୍ରିକ ଉପାୟ ହେଉଛି ଯୋଗ । ରାଷ୍ଟ୍ରପତି ଭବନରେ ଯୋଗ ଦିବସ ପ୍ରଦର୍ଶନରେ ରାଷ୍ଟ୍ରପତି ଅଂଶଗ୍ରହଣ କରିଦେଶବାସୀଙ୍କୁ ଏପରି ସମ୍ବୋଧନ କରିଛନ୍ତି । ଚଳିତ ବର୍ଷର ଯୋଗ ଦିବସ ପାଳନ କରିବାର ବିଷୟବସ୍ତୁ ହେଉଛି ‘ମାନବିକତା ପାଇଁ ଯୋଗ’ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories