www.samajalive.in
Monday, December 8, 2025
14.1 C
Bhubaneswar

କ୍ୱିନ ୟୁନିର୍ଭସ ପ୍ରତିଯୋଗିତାରେ ସମ୍ବଲପୁରର ଝିଅ ; ମିନାକ୍ଷୀ ‘ମିସେସ୍‌ କ୍ୱିନ ୟୁନିଭର୍ସ’ ଓ ଅର୍ପିତା ‘କ୍ୱିନ ୟୁନିଭର୍ସ’

ସମ୍ବଲପୁର : ସମ୍ବଲପୁରର ଝିଅ ଅର୍ପିତା ପୂଜାରୀ ଓ ମିନାକ୍ଷୀ ବୋଷ କ୍ୱିନ ୟୁନିର୍ଭସ – ୨୦୨୦ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି କ୍ରାଉନ ଜିଣିବାରେ ସଫଳ ହୋଇଛନ୍ତି। ଏମଆଇଏଚଏମ, ନୂଆଦିଲ୍ଲୀ ଦ୍ୱାରା ପ୍ରତିବର୍ଷ ଆୟୋଜିତ କ୍ୱିନ ୟୁନିଭର୍ସ ୨୦୨୦ ପ୍ରତିଯୋଗିତାରେ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ମାର୍ଗ ନିବାସୀ ମିନାକ୍ଷୀ ବୋଷ ‘ମିସ୍‌ କ୍ୱିନ ୟୁନିଭର୍ସ’ ଓ ଧନକଉଡାନିବାସୀ ଅର୍ପିତା ପୂଜାରୀ ‘କ୍ୱିନ ୟୁନିଭର୍ସ’ ମୁକୁଟ ଜିଣିଛନ୍ତି।
ଏହି ପ୍ରତିଯୋଗିତା ପାଇଁ ଗତବର୍ଷ ଅଗଷ୍ଟ ମାସରେ ଅନଲାଇନ ପଞ୍ଜିକରଣ କରାଯାଇଥିଲା। ପ୍ରତିଯୋଗିତା ପାଇଁ ପ୍ରାୟ ୧୦ ହଜାର ପ୍ରତିଯୋଗୀ ସାରାଦେଶରୁ ପଞ୍ଜିକରଣ କରିଥିବାବେଳେ ସେଥିମଧ୍ୟରୁ ୩ ଶହ ଜଣଙ୍କୁ ଚୟନ କରାଯାଇଥିଲା। ଏହାପରେ ପ୍ରତିଯୋଗୀ ମାନଙ୍କୁ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ବିଭିନ୍ନ ପ୍ରକାରର ସମାଜସେବା କାର୍ଯ୍ୟକରି ଏକ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଥିଲା। ଏଣୁ ମିନାକ୍ଷୀଙ୍କୁ ସମ୍ବଲପୁର ଓ ଭୁବନେଶ୍ୱରରେ ତୃତୀୟ ଲିଙ୍ଗୀ ମାନଙ୍କର ସମସ୍ୟା ଓ ନିରାକରଣର ଉପାୟ, ସରକାରୀ ସୁବିଧା ଇତ୍ୟାଦି ଏବଂ ଷ୍ଟ୍ରିଟ ଆନିମାଲ ମାନଙ୍କ ଉପରେ ରିପୋର୍ଟ ଦାଖଲ କରିଥିଲେ। ଏହାସହିତ ପଞ୍ଜିକରଣ ପରେ ପ୍ରତିଯୋଗୀ ମାନଙ୍କ ପାଇଁ ଅନଲାଇନ ଭୋଟିଂର ମଧ୍ୟ କାର୍ଯ୍ୟକ୍ରମ ଥିଲା। ଏହି ପ୍ରତିଯୋଗିତା ପ୍ରତିବର୍ଷ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ବେଳେ ଚଳିତବର୍ଷ କରୋନା ସଙ୍କଟ ଯୋଗୁଁ ଅନଲାଇନ ମାଧ୍ୟମରେ ବିଜେତା ଚୟନ ପ୍ରକ୍ରିୟା କରାଯାଇଥିଲା। ଏଣୁ ଅନଲାଇନ ଭିଡିଓ କଲିଂ ଦ୍ୱାରା ଜୁରୀ ସଦସ୍ୟମାନେ ଫାଇନାଲିଷ୍ଟ ପ୍ରତିଯୋଗୀଙ୍କ ଟେଷ୍ଟ ନେଇଥିଲେ। ଏହାପରେ କୃତୀ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ପ୍ରମାଣପତ୍ର ଓ କ୍ରାଉନ ପଠାଯାଇଛି। ତେବେ କରୋନା ସଙ୍କଟ ପରେ ନୂଆଦିଲ୍ଲୀରେ ଏକ ଉତ୍ସବରେ ପୁରସ୍କାର ରାଶି ପ୍ରଦାନ କରାଯିବ।
ମିନାକ୍ଷୀ ସେନଚ୍ୟୁରିଅନ ୟୁନିଭସିଟିରେ ଫୁଲ ଟାଇମ ଜଣେ ରିସର୍ଚ୍ଚ ସ୍କଲାର ଭାବରେ କାର୍ଯ୍ୟରତ। ଏହାସହିତ ଦୀର୍ଘ ଦିନରୁ ସମାଜ ଉନ୍ନତି ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି। ସ୍ବର୍ଗତ ସୁନୀଲ କୁମାର ବୋଷଙ୍କ ଝିଅ ମୀନାକ୍ଷୀ ତାଙ୍କ ସଫଳତାର ଶ୍ରେୟ ତାଙ୍କ ମାଁ ଇନ୍ଦ୍ରାଣୀ ବୋଷ, ପରିବାରବର୍ଗ ଓ ବନ୍ଧୁଙ୍କୁ ଦେଇଛନ୍ତି।
ସେହିଭଳି କ୍ୱିନ ୟୁନିର୍ଭସ ୨୦୨୦ କ୍ରାଉନ ଜିଣିଥିବା ଅର୍ପିତା ପୂଜାରୀ କହିଛନ୍ତି ଯେ, ପ୍ରତିଯୋଗୀତା ପାଇଁ ତାଙ୍କୁ ଷ୍ଟ୍ରିଟ ଆନିମଲ (ଡଗ) ମାନଙ୍କ ଉପରେ ପ୍ରୋଜେକ୍ଟ ଦିଆଯାଇଥିବାବେଳେ ଠିକ ସମୟରେ ପ୍ରୋଜେକ୍ଟକୁ ସାରି ଦାଖଲ କରିଥିଲି। ଏହାପରେ ପ୍ର​‌େ​‌ଶ୍ନାତ୍ତରୀ କାର୍ଯ୍ୟକ୍ରମ, ଭିଡିଓ କଲ ମାଧ୍ୟମରେ ବିଭିନ୍ନ ରାଉଣ୍ଡରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଫୋନ ମାଧ୍ୟମରେ ପ୍ରତିଯୋଗିତା ଜିଣିବାର ଖବର ଆୟୋଜକମାନେ ଜଣାଇଥିଲେ। ଏହାସହିତ ଆଗାମୀ ବର୍ଷର ପ୍ରତିଯୋଗିତା ପାଇଁ ଜୁରୀ ମେମ୍ବର ଭାବରେ ମଧ୍ୟ ଅର୍ପିତାଙ୍କୁ ଚୟନ କରାଯାଇଛି। ଏମବିଏ କରିବା ପରେ ସ୍ୱାବଲମ୍ବୀ ଅର୍ପିତାଙ୍କ ବୁଢ଼ାରଜାରେ ଏକ ବୁଟୀକ ମଧ୍ୟ ରହିଛି। ସେ ତାଙ୍କ ସଫଳତାର ଶ୍ରେୟ ସ୍ୱାମୀ ବିଶ୍ୱରଞ୍ଜନ ପୁରୋହିତ, ଝିଅ ଅନ୍ୟକା ପୁରୋହିତ, ବାପା ବୁଲୁ ପୂଜାରୀ, ମାଁ ଗୀତାରାଣୀ ପୂଜାରୀ, ଶ୍ୱଶୁର ସୁରେନ୍ଦ୍ର କୁମାର ପୁରୋହିତ, ଶାଶୁ ମିନତୀ ପୁରୋହିତଙ୍କ ସମେତ ପରିବାରବର୍ଗଙ୍କୁ ଦେଇଛନ୍ତି। ଏହି ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବାରୁ ଉଭୟଙ୍କୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories