ଅସହାୟ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା

ସମ୍ବଲପୁର: ସମ୍ବଲପୁର ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବୁର୍ଲା କିର୍ବା ଗ୍ରାମରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଅନେକ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଶର୍ଯ୍ୟାଶାୟୀ ରୋଗୀ ମାନଙ୍କର ଘରକୁ ୟୁନିଟରସଦସ୍ୟ ମାନେ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଏହି କାର୍ଯ୍ୟରେ ଜୟନ୍ତୀ ବଢ଼େଇ, ଫାର୍ମାସିଷ୍ଟ ସଞ୍ଜିବ କୁମାର ପ୍ରଧାନ, ଏଏନଏମ ଚଳେଶ୍ୱରୀ ନାଏକ, ସହାୟକ ରଞ୍ଜନ କୁମାର ପ୍ରଧାନ ଙ୍କ ସମେତ ଡା. ରାଜରାମ ଷଡଙ୍ଗୀ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ଏଡିପିଏଚଓ ଡା. ପ୍ରଦୀପ କୁମାର ହୋତା, ସିପିଏମ ଗୁରୁଦତ୍ତ ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚେତନତା ଓ ରୋଗ ପ୍ରତିରୋଧକ ଦିଗ ଉପରେ ସଚେତନତା ମଧ୍ୟ ସୃଷ୍ଟି କରାଯାଇଥିଲା।

kalyan agarbati

Comments are closed.