www.samajalive.in
Friday, December 5, 2025
26.1 C
Bhubaneswar

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ପ୍ରତାରଣା, ଅଭିଯୁକ୍ତ ଗିରଫ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ପୁଲିସ ଜନୈକ ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଶେଷରେ ପ୍ରତାରଣା କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାରୁଆଡ଼ିମୁଣ୍ଡା ଗାଁର ପ୍ରଶାନ୍ତ ମୁଣ୍ଡା ଓରଫ ମଣ୍ଟୁ । ସୂଚନା ଅନୁସାରେ ପ୍ରଶାନ୍ତ ମୁଣ୍ଡା ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଆଜକୁ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ଵ ହେବ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ତେବେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜାଣିବା ପରେ ପ୍ରେମିକ ପ୍ରଶାନ୍ତକୁ ଶୀଘ୍ର ବିବାହ କରିବାକୁ ଅଡ଼ି ବସିଥିଲା। ତେବେ ଅଭିଯୁକ୍ତ ପ୍ରଶାନ୍ତ ଯୁବତୀ ଜଣଙ୍କୁ ବିବାହ କରିବାକୁ ମନା କରିଦେବା ସହ ଆଉ ଧରା ଛୁଆଁ ଦେଉ ନ ଥିବାରୁ ସମ୍ପୃକ୍ତା ନାବାଳିକା ଏ ସମ୍ପର୍କରେ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଅଭିଯୋଗ ପାଇବା ପରେ ପୁଲିସ୍ ଏ ନେଇ ଥାନାରେ  ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରଶାନ୍ତ ମୁଣ୍ଡାଙ୍କୁ ଗିରଫ କରିଥିଲା । ପୁଲିସ ଉଭୟ ଅଭିଯୁକ୍ତ ଏବଂ ପୀଡିତା ନାବାଳିକାର ଡାକ୍ତରୀ ମାଇନା କରାଇବା ସହ ଗିରଫ ଅଭିଯୁକ୍ତ ପ୍ରଶାନ୍ତ ମୁଣ୍ଡାଙ୍କୁ  ସମ୍ବଲପୁର ପକ୍ସୋ କୋର୍ଟକୁ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories