www.samajalive.in
Friday, December 5, 2025
26.1 C
Bhubaneswar

ଓ୍ବେବସାଇଟରେ ପ୍ରକାଶ ପାଇଲା ନିଟ୍‌-ୟୁଜି ଫଳାଫଳ

ସମାଜ ଡିଜିଟାଲ ଡେସ୍କ: ନିଟ୍‌-ୟୁଜି ମାମଲାରେ ସୁପ୍ରିମକୋର୍ଟଙ୍କ ଡେଡ୍‌ଲାଇନ ଏବଂ ନିର୍ଦେଶ ଅନୁସାରେ ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା (ଏନଟିଏ) ଓ୍ବେବସାଇଟରେ ଶନିବାର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏନଟିଏ ଓ୍ବେବସାଇଟରେ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ କରାଯାଇଛି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ସହରଓ୍ବାରୀ ଏବଂ  କେନ୍ଦ୍ରଓ୍ବାରୀ ତଥ୍ୟ ଉପଲବ୍ଧ କରାଯାଇଛି। ଏହା ସହିତ ପରୀକ୍ଷାର୍ଥୀମାନଙ୍କ ପରିଚୟ ଗୋପନୀୟ ରଖାଯାଇଛି। ନିଟ୍‌-ୟୁଜି ମାମଲାରେ ସୁପ୍ରିମକୋର୍ଟରେ ଆଗତ ଏକାଧିକ ପିଟିସନର ଶୁଣାଣି କରି ଗତ ୧୮ ତାରିଖରେ ସହରଓ୍ବାରୀ ଏବଂ କେନ୍ଦ୍ରଓ୍ବାରୀ ଫଳାଫଳ ପ୍ରକାଶ କରିବାକୁ ଏନଟିଏକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ଏନଟିଏ ଓ୍ବେବସାଇଟରେ ଫଳ ପ୍ରକାଶ କରିବାକୁ ନିର୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories